କୋରାପୁଟ: କୋରାପୁଟରୁ ଆସିଛି ଦୁଃଖଦ ଖବର। ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ। ତିନି ମୃତକ ହେଉଛନ୍ତି ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ତିନି ଛାତ୍ରଙ୍କ ମୃତ୍ୟୁରେ ବିଦ୍ୟାଳୟ ଏବଂ ପରିଜନଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁଯାୟୀ, ତିନି ଦଶମ ଶ୍ରେଣୀ ଛାତ୍ର ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶୋକର ଛାୟା ଖେଳିଯାଇଛି।
Also read: ଆଲୁଅ, ଅନ୍ଧାର ଚାଲିଛି ଜୁଆ ଖେଳ, ଖେଳିଲା ବାଲାଙ୍କଠୁ ଦେଖିଲାବାଲା ବେଶି, କିନ୍ତୁ ପୋଲିସକୁ ଦିଶୁନି
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଛାତ୍ରମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ତାହା ଏବେ ଜଣା ପଡି ନାହିଁ। ମୃତକ ଛାତ୍ର ମାନେ ହଷ୍ଟେଲରେ ରହି ପଢୁଥିଲେ। ମୃତକ ମାନେ ହେଲେ ଦଶମ ଶ୍ରେଣୀର ଛାତ୍ର ଲିଙ୍ଗରାଜ ଖିଲ, ସ୍ୱସ୍ତିକ ଓ ଓମ ପ୍ରକାଶ ବୋଲି ଜଣା ପଡିଛି। ମୃତଙ୍କ ପରିବାର ବିଦ୍ୟାଳୟର ଅବହେଳାକୁ ଦାୟୀ କରିଛନ୍ତି। ଅପ୍ରୀତିକର ପରିସ୍ଥିତି ପାଇଁ ମେଡିକାଲରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି।




