ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଗୁରୁବାର (ମାର୍ଚ୍ଚ ୫) ସାନିଆ ଚାନ୍ଦୋକଙ୍କୁ ବିବାହ କରିଛନ୍ତି। ଏହି ଭବ୍ୟ ବିବାହ ଉତ୍ସବରେ ଖେଳ ଏବଂ ଫିଲ୍ମ ଜଗତର ବହୁ ନାବିଦାମୀ ବ୍ୟକ୍ତି ଯୋଗ ଦେଇଥିଲେ । ହେଲେ ବିବାହକୁ ୨୪ ଘଣ୍ଟ ନପୂରୁଣୁ ଅର୍ଜୁନ ତେନ୍ଦୁଲକରଙ୍କ ପଡ଼ିଆରେ କସରତ କରୁଥିବାର ଭିଡିଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଖେଳ ପ୍ରତି ତାଙ୍କର ଆଗ୍ରହ ଏବଂ ନିଷ୍ଠା କେତେ ରହିଛି, ତାହା ଦର୍ଶାଉଛି ଏହି ଭିଡିଓ । ଅର୍ଜୁନ ତେନ୍ଦୁଲକର ବିବାହ ପୂର୍ବଦିନ ମଧ୍ୟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ ।
ଅର୍ଜୁନ ଡିୱାଇ ପାଟିଲ ଟି-୨୦ କପ୍ ୨୦୨୬ରେ ଡିୱାଇ ପାଟିଲ ବ୍ଲୁ ପାଇଁ ଖେଳିଥିଲେ । ସେ ତାଙ୍କ ବିବାହର ପରଦିନ ଶୁକ୍ରବାର ମୁମ୍ବାଇ କଷ୍ଟମ୍ସ ବିପକ୍ଷରେ ସେମିଫାଇନାଲ ଖେଳିଥିଲେ। କିନ୍ତୁ ଅର୍ଜୁନଙ୍କ ଦଳ ୫ ୱିକେଟରେ ମ୍ୟାଚ୍ ହାରିଯାଇଥିଲା। ଅର୍ଜୁନଙ୍କ ପ୍ରଦର୍ଶନ ମଧ୍ୟ ବିଶେଷ ପ୍ରଭାବଶାଳୀ ନଥିଲା। ସେ ବ୍ୟାଟିଂ ସମୟରେ ୧୪ ବଲରେ ମାତ୍ର ୯ ରନ୍ କରିଥିଲେ ଏବଂ ବୋଲିଂ ସମୟରେ ଗୋଟିଏ ଓଭରରେ ୨୦ ରନ୍ ଦେଇଥିଲେ ।
— Ocean Jain (@ocjain4) March 6, 2026
ଅର୍ଜୁନ ତାଙ୍କ ବିବାହର ପୂର୍ବ ଦିନ ଏକ ମ୍ୟାଚ୍ ମଧ୍ୟ ଖେଳିଥିଲେ। ସେ ମାର୍ଚ୍ଚ ୪ ତାରିଖରେ ଆୟକର ଦଳ ବିପକ୍ଷରେ କ୍ୱାର୍ଟରଫାଇନାଲ ମ୍ୟାଚରେ ଡିୱାଇ ପାଟିଲ ବ୍ଲୁ ପାଇଁ ଖେଳିଥିଲେ। ଏହିପରି, ଅର୍ଜୁନ ତାଙ୍କ ବିବାହର ପୂର୍ବ ଦିନ ଏବଂ ପରଦିନ ମ୍ୟାଚ୍ ଖେଳି କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହକୁ ପ୍ରଦର୍ଶନ କରିଛନ୍ତି ।
ସେପଟେ ପୁଅ ଅର୍ଜୁନଙ୍କ ବିବାହ ବିଷୟରେ ପୋଷ୍ଟ କରି ସଚିନ ତେନ୍ଦୁଲକର ଲେଖିଛନ୍ତି, ‘ଅର୍ଜୁନ ଏବଂ ସାନିଆ ସେମାନଙ୍କ ଜୀବନର ଏହି ନୂତନ ଅଧ୍ୟାୟ ଆରମ୍ଭ କରୁଥିବା ସମୟରେ, ଆମେ ସମସ୍ତଙ୍କ ପ୍ରେମ ଏବଂ ଆଶୀର୍ବାଦ ପାଇ ଗଭୀର କୃତଜ୍ଞ। ଆପଣଙ୍କ ଉପସ୍ଥିତି, ବାର୍ତ୍ତା ଏବଂ ହୃଦୟରୁ ଶୁଭେଚ୍ଛା ବିବାହାକୁ ପରିବାର ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ପରିଣତ କରିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।’
As Arjun and Saaniya begin this new chapter together, we feel incredibly grateful for the love and blessings pouring in from everyone. Your presence, messages, and heartfelt wishes have made this wedding a truly unforgettable occasion for the family and, most importantly, for the…
— Sachin Tendulkar (@sachin_rt) March 6, 2026
ସୂଚନାଯୋଗ୍ୟ ଯେ, ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚାନ୍ଦୋକଙ୍କ ବିବାହ ଅତ୍ୟନ୍ତ ଭବ୍ୟ ହୋଇଥିଲା । ଏଥିରେ କ୍ରିକେଟ୍, ରାଜନୀତି ଏବଂ ଚଳଚ୍ଚିତ୍ର ଜଗତର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।




