ଛାତ୍ରୀଙ୍କୁ ଅସଦାଚରଣ ସହ ଜୀବନରୁ ମାରିଦେବାକୁ ଦେଉଥିଲେ ଧମକ ! ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ
ରସିକିଆ ହିନ୍ଦୀ ଶିକ୍ଷକ । ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ । ଜୀବନରୁ ମାରିଦେବାକୁ ଦେଉଥିଲେ ଧମକ । ଅଭିଯୋଗ ପାଇ ଉଠାଇନେଲା ପୋଲିସ । ତଦନ୍ତ ଆରମ୍ଭ କଲା ପୋଲିସ ।
Published By: Ruby – Prameya-News7 Bureau | March 07, 2026 11:59 AM
NEWS7
ବାସୁଦେବପୁର ୭।୩: ଅସଦାଚରଣ ଅଭିଯୋଗରେ ହିନ୍ଦୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ଉଠାଇ ନେଲା ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କ ନାଁରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ । ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ।
ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !
ଶୁକ୍ରବାର ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହାସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା । ଏ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଛାତ୍ରୀ ଜଣକ ଭଦ୍ରକ ଆଗରପଡା ଅଞ୍ଚଳର ବୋଲି ଜଣାପଡିଛି । ଛାତ୍ରୀଙ୍କ ଅଜାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।




