ନ୍ୟାସନାଲ ୱେଲ୍ଡିଂ ଲିଗ୍ ୨୦୨୬ ଉଦଘାଟିତ, ଶିଳ୍ପ- ଶିକ୍ଷା ସହଯୋଗକୁ ପ୍ରୋତ୍ସାହନ ଦେବାରେ ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ପଦକ୍ଷେପକୁ ପ୍ରଶଂସା

ନ୍ୟାସନାଲ-ୱେଲ୍ଡିଂ-ଲିଗ୍-୨୦୨୬-ଉଦଘାଟିତ,-ଶିଳ୍ପ-ଶିକ୍ଷା-ସହଯୋଗକୁ-ପ୍ରୋତ୍ସାହନ-ଦେବାରେ-ସି.ଭି-ରମଣ-ଗ୍ଲୋବାଲ-ୟୁନିଭର୍ସିଟିର-ପଦକ୍ଷେପକୁ-ପ୍ରଶଂସା

ଭୁବନେଶ୍ବର: ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (CGU)ରେ ମାର୍ଚ୍ଚ ୬ ତାରିଖରେ ସ୍ବତନ୍ତ୍ର ଭାବେ ଛାତ୍ରୀମାନଙ୍କ ପାଇଁ ନ୍ୟାସନାଲ ଓ୍ବେଲ୍ଡିଂ ଲିଗ୍ ୨୦୨୬ର ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ World Skill Centre (WSC)ର CEO ରଶ୍ମି ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶ ଏବଂ ଶିଳ୍ପ- ଶିକ୍ଷା ସହଯୋଗକୁ ପ୍ରୋତ୍ସାହନ ଦେବାରେ ବିଶ୍ବବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ତାଙ୍କ ଅଭିଭାଷଣରେ ଉପସ୍ଥିତ ଅତିଥିମାନେ ଏବଂ ଛାତ୍ରୀମାନଙ୍କୁ ସମ୍ବୋଧନ କରି ୨୦୧୯ ମସିହାରୁ ଆରମ୍ଭ ହୋଇଥିବା ନ୍ୟାସନାଲ ୱେଲ୍ଡିଂ ଲିଗ୍‌ର ପରିକଳ୍ପନା ବିଷୟରେ ଉଲ୍ଲେଖ କରିଥିଲେ। ସେ ୱେଲ୍ଡିଂକୁ ମହିଳାମାନଙ୍କ ପାଇଁ ଏକ ଆଧୁନିକ ଓ ପ୍ରଯୁକ୍ତିନିର୍ଭର ଜୀବିକା ବୋଲି ଗୁରୁତ୍ୱାରୋପ କରିଥିଲେ ।

ବିଶ୍ବବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀମତୀ ଶୈଳଜା ରାଉତ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଶେଷ କରି ଅନ୍ତର୍ଜାତୀୟ ମହିଳା ଦିବସରେ ଅଂଶଗ୍ରହଣକାରୀମାନେ ନିରନ୍ତର ଭାବେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ଉତ୍ସାହିତ କରିଥିଲେ। CGUର ଭାଇସ୍- ଚାନ୍ସେଲର ପ୍ରୋଫେସର ବଂଶୀଧର ମାଝୀ ଦକ୍ଷତାଭିତ୍ତିକ ବୈଷୟିକ ଶିକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରି କହିଥିଲେ ଯେ, ଏହି ପ୍ରୟାସ ମହିଳାମାନଙ୍କୁ ତାଙ୍କର ୱେଲ୍ଡିଂ କୌଶଳ ପ୍ରଦର୍ଶନ କରିବା ସହ ଉତ୍ପାଦନ ଶିଳ୍ପରେ କ୍ୟାରିଅର ଗଢ଼ିବା ପାଇଁ ଏକ ଅନନ୍ୟ ମଞ୍ଚ।ଶେଷରେ ବିଶ୍ବବିଦ୍ୟାଳୟର ପ୍ରୋ-ଭାଇସ୍-ଚାନ୍ସେଲର ଡ଼. ଗୁଡ଼ା ଶ୍ରୀଦେବୀ ସମସ୍ତ ଅତିଥ୍, ଅଂଶଗ୍ରହଣକାରୀ ଏବଂ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

Scroll to Top