ରାଜ୍ୟରେ ୯୦% ଭୋଟର ତାଲିକା ସଂଶୋଧନ ସରିଛି, ଶତ ପ୍ରତିଶତ ସଂଶୋଧନ ପାଇଁ ଲକ୍ଷ୍ୟ
ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି । ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମ୍ରେ ୮ ପ୍ରତିଶତ ସଂଶୋଧନ ହେବ । ଶତ ପ୍ରତିଶତ ସଂଶୋଧନ ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ କହିଛନ୍ତି ।
Published By: Ruby – Prameya-News7 Bureau | March 06, 2026 04:03 PM
NEWS7
ଭୁବନେଶ୍ବର ୬।୩: ରାଜ୍ୟରେ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ରାଜ୍ୟରେ SIR ଆରମ୍ଭକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ. ଗୋପାଳନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟରେ ୯୦ ପ୍ରତିଶତ ଭୋଟର ତାଲିକାରେ ସଂଶୋଧନ ହୋଇସାରିଛି । ବାକି ୧୦ ପ୍ରତିଶତ ମଧ୍ୟରୁ ଅତିକମ୍ରେ ୮ ପ୍ରତିଶତ ସଂଶୋଧନ ହେବ । ଆମେ ଚେଷ୍ଟା କରୁଛୁ ଶତ ପ୍ରତିଶତ ସଂଶୋଧନ ପାଇଁ ।
ଏ ଖବର ବି ପଢ଼ନ୍ତୁ:- Rajyasabha Election: ଓଡ଼ିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ, ଏକାଠି ହେଲେ ବିଜେଡି ଓ କଂଗ୍ରେସ
ସବୁଠୁ ବଡ଼ କଥା ୨୦୦୨ ଆଧାରରେ ସଂଶୋଧନ କରାଯିବ । ୨୦୦୨ ମସିହାରେ ଯେଉଁ ବୁଥ୍ରେ ମତଦାନ କରିଥିଲେ ତାର ବୁଥ୍ ନମ୍ବର କହିଲେ ବି ସଂଶୋଧନ ହେବ । କିନ୍ତୁ ଯଦି ଜଣକ ପାଖରେ କିଛି ବି ଲିଷ୍ଟ ନାହିଁ ତେବେ ତାକୁ ୧୧ ନମ୍ବର ବିଶିଷ୍ଟ ଫର୍ମ ଦିଆଯିବ । ତାକୁ ପୂରଣ କଲେ ବି ଚଳିବ । ଉଦ୍ଦେଶ୍ୟ ହେଉଛି ଯେମିତି ଭୋଟର ତାଲିକା ପୂରା ସ୍ବଚ୍ଛ ହେବା ଦରକାର ।
ଏ ଖବର ବି ପଢ଼ନ୍ତୁ:- ଯୁଦ୍ଧ ପାଇଁ ବଜାର ବେହାଲ, ଖସିଲା ସେନସେକ୍ସ-ନିଫ୍ଟି
ଯଦି କାହାର ଦୁଇ ଆଡେ ଭୋଟର ତାଲିକାରେ ନାଁ ଥାଏ ତେବେ ସେ ଗୋଟିଏ ଜାଗାରେ ରଖି ପାରିବେ । ଦୁଇଟି ବା ଏକାଧିକ ଜାଗାରେ ରଖିଲେ ତାହା ଦଣ୍ଡନୀୟ ଅପରାଧ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ କହିଛନ୍ତି ।




