ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଗ୍ନିକୁ ସାକ୍ଷି ରଖି ସେ ସାନିଆ ଚାନ୍ଦୋକଙ୍କ ହାତ ଧରିଛନ୍ତି । ଅର୍ଜୁନ ଏବଂ ସାନିଆ ସାତଫେରା ନେଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୩ ତାରିଖରେ ମହାଲକ୍ଷ୍ମୀ ରେସ୍ କୋର୍ସରେ ଏକ ମେହେନ୍ଦି ଉତ୍ସବ ଅନୁଷ୍ଠିତ ହୋଇଥିଲା। ମେହେନ୍ଦି ସମାରୋହରେ ଅନେକ କ୍ରିକେଟ ଜଗତର ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ।
ସେହିପରି ବିବାହରେ ଅତିଥି ଭାବରେ ଅନେକ ପ୍ରମୁଖ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି । ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନୀ ମଧ୍ୟ ଅର୍ଜୁନଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଏବଂ ବର୍ତ୍ତମାନର ଚୟନକର୍ତ୍ତା ଅଜିତ ଗରକର, ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ତାଙ୍କ ପତ୍ନୀ ବିଜେତା ପେନ୍ଧାରକରଙ୍କ ସହିତ ବିବାହ ଉତ୍ସବରେ ନଜର ଆସିଛନ୍ତି। ଅଜିଙ୍କ୍ୟ ରାହାଣେ, ଅନିଲ କୁମ୍ବଲେ, ସୁରେଶ ରୈନା, ଭେଙ୍କଟେଶ ପ୍ରସାଦ, ଆକାଶ ଚୋପ୍ରା ଏବଂ ୟୁସୁଫ ପଠାନଙ୍କ ଭଳି ବହୁ ପୂର୍ବତନ କ୍ରିକେଟର ମଧ୍ୟ ଉପସ୍ଥିତ ଅଛନ୍ତି।
Wishing Arjun Tendulkar a life of happiness and joy. Congratulations to @sachin_rt and the entire family. 😇 pic.twitter.com/Bvl5qblhjo
— Aakash Chopra (@cricketaakash) March 5, 2026
ତେନ୍ଦୁଲକରଙ୍କ ପୁଅଙ୍କ ବିବାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେବେ ଅର୍ଜୁନଙ୍କ ବିବାହ ଉତ୍ସବ ବହୁତ ଭବ୍ୟ । ତେବେ ଅର୍ଜୁନ ତେନ୍ଦୁଲକରଙ୍କ ବଧୂ କିଏ ? ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆ ଚାନ୍ଦୋକ୍ ଜଣେ ଉଦ୍ୟୋଗୀ। ସେ ମୁମ୍ବାଇର ଶିଳ୍ପପତି ରବି ଘାଇଙ୍କ ନାତୁଣୀ। ସାନିଆଙ୍କର ଏକ ପେଟ୍ କେୟାର ବ୍ରାଣ୍ଡ ଅଛି । ଏହା ପୋଷା ପ୍ରାଣୀମାନଙ୍କର ତ୍ୱଚା ଯତ୍ନ, ଗ୍ରୁମିଂ ଏବଂ ଅନ୍ୟାନ୍ୟ ଉତ୍ପାଦ ତିଆରି କରେ ।
MS Dhoni and Sakshi at Arjun Tendulkar’s wedding 😍❤️ pic.twitter.com/W37g5681CT
— ` (@WorshipDhoni) March 5, 2026
ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଜଣେ କ୍ରିକେଟର । ସେ ଆଇପିଏଲରେ ଖେଳନ୍ତି। ୨୦୨୬ ଆଇପିଏଲରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପକ୍ଷରୁ ଖେଳିବେ । ତେବେ ଲକ୍ଷ୍ନୌ ଟିମ୍ ପକ୍ଷରୁ ତାଙ୍କୁ କେତେ ସୁଯୋଗ ମିଳୁଛି ଏବଂ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାଉପରେ ସମସ୍ତଙ୍କ ନଜର ରହିବ ।




