ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା, ଏକାଠି ଥିଲେ ବିଜେଡି-କଂଗ୍ରେସ ନେତା

ଏକାଠି-ନାମାଙ୍କନ-ଭରିଲେ-ସଂତୃପ୍ତ-ମିଶ୍ର-ଏବଂ-ଡ.-ଦତ୍ତେଶ୍ୱର-ହୋତା,-ଏକାଠି-ଥିଲେ-ବିଜେଡି-କଂଗ୍ରେସ-ନେତା

ଏକାଠି ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱର ହୋତା, ଏକାଠି ଥିଲେ ବିଜେଡି-କଂଗ୍ରେସ ନେତା

Published By: Kirti – Prameya-News7 Bureau | March 05, 2026 12:54 PM

NEWS7

bjd-congress

ଭୁବନେଶ୍ୱର ୦୫।୦୩ : ମିଳିମିଶି ଭରିଲେ ନାମାଙ୍କନ। ସଂତୃପ୍ତ ମିଶ୍ର ଏବଂ ଡ. ଦତ୍ତେଶ୍ୱେର ହୋତା ଏକାସାଙ୍ଗ ଭରିଲେ ନାମାଙ୍କାନ । ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ କିଛି ରୋଚକ ଦୃଶ୍ୟ । ପରସ୍ପର ବିରୋଧୀ ଥିବା ଦୁଇ ଦଳର ଦୁଇ ନେତା ଏକାଠି ଗୋଟିଏ ଜାଗାରେ ବସିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା ।

​​​​​​​

ରାଜ୍ୟରେ ଏବେ ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ଏହିକ୍ରମରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ୪ର୍ଥ ସିଟ୍ ପାଇଁ କମନ କ୍ୟାଣ୍ଡେଡେଟ୍ ଥିବା ଡ. ଦତ୍ତେଶ୍ୱର ହୋତା ନାମାଙ୍କନ ଭରିଛନ୍ତି । ପ୍ରଥମେ ସଂତୃପ୍ତ ମିଶ୍ର ନାମାଙ୍କନ ଭରିଥିଲେ । ଏହାପରେ ଡ. ହୋତା ନାମାଙ୍କନ ଭରିଥିଲେ ।

ତେବେ ଏହି ନାମାଙ୍କନ ଦାଖଲ ସମୟରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତଚରଣ ଦାସ ଏକାଠି ବସିଥିବାର ଦେଖିବାକୁ ମିଳିଥିଲା। ଯାହାକି ଖୁବ କମ ଦେଖିବାକୁ ମିଳେ। ପରସ୍ପରକୁ ଆରୋପ ଓ ପ୍ରତ୍ୟାରୋପ କରୁଥିବା ଦଳ ଏବେ ଏକାଠି ବସିଛନ୍ତି।

Scroll to Top