ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲିର ମାହୋଲ, କାର୍ଯ୍ୟକର୍ତ୍ତାଠୁ ନେତୃତ୍ୱ ସମସ୍ତେ ରଙ୍ଗଖେଳରେ ମସଗୁଲ୍

ବିଜେପି-ରାଜ୍ୟ-କାର୍ଯ୍ୟାଳୟରେ-ହୋଲିର-ମାହୋଲ,-କାର୍ଯ୍ୟକର୍ତ୍ତାଠୁ-ନେତୃତ୍ୱ-ସମସ୍ତେ-ରଙ୍ଗଖେଳରେ-ମସଗୁଲ୍

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲିର ମାହୋଲ, କାର୍ଯ୍ୟକର୍ତ୍ତାଠୁ ନେତୃତ୍ୱ ସମସ୍ତେ ରଙ୍ଗଖେଳରେ ମସଗୁଲ୍

Published By: Ruby – Prameya-News7 Bureau | March 04, 2026 02:07 PM

NEWS7

BJP

ଭୁବନେଶ୍ବର ୪।୩: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲିର ମାହୋଲ । କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ନେତୃତ୍ୱ ସମସ୍ତେ ହୋଲି ଖେଳରେ ମସଗୁଲ । ଗୀତ ନାଚରେ ମସଗୁଲ ଅଛନ୍ତି ସମସ୍ତ କାର୍ଯ୍ୟକର୍ତ୍ତା । ଏପଟେ ବିଜେପି ରାଜ୍ୟ ସଭାପତିଙ୍କୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଉଛନ୍ତି କାର୍ଯ୍ୟକର୍ତ୍ତା ।

ଆଜି ରଙ୍ଗର ପର୍ବ ହୋଲି । ଆମର ପାରମ୍ପରିକ ପର୍ବ । ରାଜନୀତି ଭୁଲି ରଙ୍ଗ ଖେଳ ଚାଲିଛି । ଏ ରଙ୍ଗ ସମସ୍ତଙ୍କ ଜୀବନରେ ରଙ୍ଗ ଭରିଦେଉ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହାସହ ରାଜ୍ୟସଭା ନିର୍ବାଚନକୁ ନେଇ କହିଛନ୍ତି ରାଜନୀତି ଭୁଲି ସ୍ଵାଧୀନ ପ୍ରାର୍ଥୀକୁ ସମର୍ଥନ ପାଇଁ କହିବୁ । ହୋଲି ଖେଳ ପରେ ରାଜନୀତିର ରଙ୍ଗ ଖେଳ ଆରମ୍ଭ ହେବ ଓ ଅଲଗା ହେବ, କାଲି ନୋମିନେସନ୍ । ସମୟ ଯଦିଓ ଧାର୍ଯ୍ୟ ହୋଇନି ଦିନ ୩ଟା ଭିତରେ ଶେଷ ହେବ ବୋଲି ମନମୋହନ କହିଛନ୍ତି ।

Scroll to Top