ଆସାମ ବିଧାନସଭା ନିର୍ବାଚନ ୨୦୨୬, ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଆସାମ-ବିଧାନସଭା-ନିର୍ବାଚନ-୨୦୨୬,-ପ୍ରଥମ-ପ୍ରାର୍ଥୀ-ତାଲିକା-ଜାରି-କଲା-କଂଗ୍ରେସ

ଆସାମ ବିଧାନସଭା ନିର୍ବାଚନ ୨୦୨୬, ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

କଂଗ୍ରେସ ସାଂସଦ ଏବଂ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ଗୌରବ ଗୋଗୋଇ ଆସାମର ଜୋରହାଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ।

Published By: Tapas – Prameya-News7 Bureau | March 03, 2026 07:38 PM

NEWS7

Assam Assembly elections

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି କଂଗ୍ରେସ । ଏହି ତାଲିକାରେ ୪୨ ଜଣ ପ୍ରାର୍ଥୀଙ୍କ ନାମ ସାମିଲ କରାଯାଇଛି । କଂଗ୍ରେସ ସାଂସଦ ଏବଂ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। ଗୌରବ ଗୋଗୋଇ ଆସାମର ଜୋରହାଟ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। AICC ସୋସିଆଲ ମିଡିଆରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ରାଜ୍ୟ ସଭାପତି ଗୌରବ ଗୋଗୋଇଙ୍କୁ ଜୋରହାଟରୁ ଏବଂ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କୁ ନାଜିରାରୁ ଟିକେଟ ଦିଆଯାଇଛି। ଏହା ବ୍ୟତୀତ ପୂର୍ବତନ ରାଜ୍ୟ ସଭାପତି ରିପୁନ ବୋରା ବରଚାଲା ବିଧାନସଭା ଆସନରେ ନିର୍ବାଚନ ଲଢ଼ିବେ ।

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ଦୁଇ ଜଣ ସାଂସଦଙ୍କ ପୁଅଙ୍କ ନାମ ରହିଛି। ସାଂସଦ ରକିବୁଲ ହୁସେନଙ୍କ ପୁଅ ତାନଜିଲ ହୁସେନଙ୍କୁ ସମାଗୁରୀରୁ ଟିକେଟ୍ ଦିଆଯାଇଛି। ସାଂସଦ ପ୍ରଦ୍ୟୁତ ବାରଡୋଲୋଇଙ୍କ ପୁଅ ପ୍ରତୀକ ବାରଡୋଲୋଇ ମାର୍ଗେରିଟାରୁ ନିର୍ବାଚନ ଲଢ଼ିବେ। ତେବେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଆସନରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ଘୋଷଣା କରିନାହିଁ ।

Scroll to Top