ନୂଆଦିଲ୍ଲୀ୨/୦୩ : ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ । ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୨୦ରେ ଆରମ୍ଭ ହେବ ଏବଂ ସଂଧ୍ୟା ୬ଟା ୪୭ ଯାଏ ଚାଲିବ । ଗ୍ରହଣର ମୋଟ୍ ଅବଧି ୩ଘଣ୍ଟା ୨୭ ମିନିଟ୍ ଯାଏ ହେବ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚନ୍ଦ୍ରଗ୍ରହଣର ଦୁର୍ଲଭ ଦୃଶ୍ୟ ମାର୍ଚ୍ଚ ୩ ମଙ୍ଗଳବାର ଦେଖିବାକୁ ମିଳିବ । ଭାରତରେ ମଧ୍ୟ କିଛି ସମୟ ପାଇଁ ଗ୍ରହଣର ପ୍ରଭାବ ରହିବ । ଏହି ବର୍ଷ ଚନ୍ଦ୍ରଗ୍ରହଣ ଲାଗିବା ପରେ ଚନ୍ଦ୍ରମା ସିଂହ ରାଶିରେ ବିରାଜମାନ କରିବେ । ଯେଉଁଠି ପ୍ରଥମରୁ ହିଁ କେତୁ ଗ୍ରହ ଅଛନ୍ତି । ଏହି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣରେ ସିଂହ ରାଶିରେ କେତୁ ଚନ୍ଦ୍ରର ୟୁତି ହେବ । ଏହା ସହ କୁମ୍ଭ ରାଶିରେ ବୁଧ, ସୂର୍ଯ୍ୟ,ମଙ୍ଗଳ ଓ ରାହୁ ମଧ୍ୟ ବିରାଜମାନ ହେବେ । ମେଷ ରାଶିଠାରୁ ଆରମ୍ଭ କରି ମୀନ ରାଶି ଉପରେ ପ୍ରଭାବ ପଡିବ । ଚନ୍ଦ୍ର ଗ୍ରହଣ ଲାଗିବା ପରେ କିଛି ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । କିଛି ରାଶିଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ।
ପଣ୍ଡିତ ଗୋବିନ୍ଦ ବଲ୍ଲଭ ଶର୍ମାଙ୍କ ଅନୁସାରେ କେଉଁ ରାଶିଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଚନ୍ଦ୍ରଗ୍ରହଣ
ଧନୁ ରାଶି
-କ୍ୟାରିୟରରେ ସଫଳତା ମିଳିବ
-ଧନଲାଭର ସୁଯୋଗ ରହିବ
– ସଂପର୍କରେ ସୁଧାର ଆସିପାରେ
– ପରିବାରର ସମର୍ଥନ ମିଳିବ
ପ୍ରତିକାର: ଗୁରୁ ମନ୍ତ୍ରର ଜପ କରନ୍ତୁ
ତୁଳା ରାଶି
-ଆର୍ଥିକ ସ୍ଥିତିରେ ସୁଧାର ଆସିବ
-ଲଭ ଲାଇଫରେ ଆସୁଥିବା ବାଧା ଦୂର ହେବ
-କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ
-ଘରେ ଶାନ୍ତି ବଜାୟ ରହିବ
ପ୍ରତିକାର: ମାତା ଦୁର୍ଗାଙ୍କ ପୂଜା କରନ୍ତୁ
ସିଂହ ରାଶି
-ମାନ ସମ୍ମାନ ବୃଦ୍ଧି ହେବ
-ଆତ୍ମବିଶ୍ବାସ ବୃଦ୍ଧି ହେବ
-କାମ ଉପରେ ଫୋକସ୍ ରହିବ
-ବ୍ୟବସାୟରେ ଲାଭ ହୋଇପାରେ
ପ୍ରତିକାର:ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ
ମୀନ ରାଶି
-ସଫଳତା ପାଇବା ସହ ଲାଭବାନ ହୋଇପାରନ୍ତି
-ଦାୟିତ୍ବ ଠିକ ଭାବରେ ପୁରା କରିପାରନ୍ତି
-ଉତ୍ସାହିତ ଅନୁଭବ କରିବେ
ପ୍ରତିକାର:ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ
ବୃଷ ରାଶି
-ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇପାରନ୍ତି
-ଧାର୍ମିକ କାର୍ଯ୍ୟରେ ମନ ଲାଗିବ
-ସୁଖ ଶାନ୍ତି ବଜାୟ ରହିବ
ପ୍ରତିକାର:ମାଆ ଲକ୍ଷ୍ମୀଙ୍କ ପୂଜା କରନ୍ତୁ
ଦ୍ରଷ୍ଟବ୍ୟ: ଆମେ ଦେଇଥିବା ସୂଚନା ଏକ ତଥ୍ୟ ଉପରେ ଆଧାରିତ । ଏହା ପୁରା ସଠିକ ବୋଲି ଆମେ କହିନୁ । ବିସ୍ତୃତ ଭାବରେ ଜାଣିବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।




