ଇରାନ୍ ଆକ୍ରମଣକୁ ସମର୍ଥନ କରୁନାହାନ୍ତି ୭୦%ରୁ ଅଧିକ ଆମେରିକୀୟ, ଭୁଲ୍‌ ନିଷ୍ପତ୍ତି ନେଇଗଲେ କି ଟ୍ରମ୍ପ ?

ଇରାନ୍-ଆକ୍ରମଣକୁ-ସମର୍ଥନ-କରୁନାହାନ୍ତି-୭୦%ରୁ-ଅଧିକ-ଆମେରିକୀୟ,-ଭୁଲ୍‌-ନିଷ୍ପତ୍ତି-ନେଇଗଲେ-କି-ଟ୍ରମ୍ପ-?

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ଇରାନ୍ ଉପରେ ଆକ୍ରମଣ କରିଛନ୍ତି । ଇରାନ୍ ଯୁଦ୍ଧକୁ ପ୍ରାୟ ୪୮ ଘଣ୍ଟା ବିତିଗଲାଣି । କିନ୍ତୁ ଯୁଦ୍ଧର ତୀବ୍ରତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ, ଇରାନ୍ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ନିଷ୍ପତ୍ତିରେ ଆମେରିକୀୟ କେତେ ଖୁସି ଅଛନ୍ତି ବା ତାଙ୍କୁ ସମର୍ଥନ କରୁଛନ୍ତି, ସେନେଇ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ରୟଟର୍ସ/Ipsos ପୋଲ୍ରୁ ଜଣାପଡ଼ିଛି ଯେ, ପ୍ରକୃତରେ ଇରାନ୍ ଯୁଦ୍ଧକୁ କେତେ ଆମେରିକୀୟ ପସନ୍ଦ ଏବଂ ନାପସନ୍ଦ କରୁଛନ୍ତି । ସର୍ଭେରୁ ଜଣାପଡ଼ିଛି ଯେ, ୨୭ ପ୍ରତିଶତ ଲୋକ ଇରାନ ଉପରେ ହୋଇଥିବା ଆକ୍ରମଣକୁ ସମର୍ଥନ ଜଣାଇଛନ୍ତି। ସେହିଭଳି ୨୯ ପ୍ରତିଶତ ଆମେରିକୀୟ ଏହାକୁ ନେଇ ସ୍ପଷ୍ଟ ନାହାନ୍ତି । ହେଲେ ୪୩% ଲୋକେ ଇରାନ୍ ଆକ୍ରମଣକୁ ସମର୍ଥନ କରିନାହାନ୍ତି । ଅର୍ଥାତ ୭୦ ପ୍ରତିଶତରୁ ଅଧିକ ଲୋକେ ଇରାନ୍ ଆକ୍ରମଣକୁ ସମର୍ଥନ କରିନାହାନ୍ତି କିମ୍ବା ଏନେଇ ସ୍ପଷ୍ଟ ନାହାନ୍ତି ।

ଦୁଇ ଦିନ ଧରି ଚାଲିଥିବା ଏହି ସର୍ଭେ ମାର୍ଚ୍ଚ ୧ରେ ଶେଷ ହୋଇଛି । ଏହି ସର୍ଭେରୁ ମିଳିଥିବା ତଥ୍ୟ ମୁତାବକ, ଏଥିରେ ଭାଗ ନେଇଥିବା ପ୍ରାୟ ଅଧା ଳୋକ (୫୬%) ବିଶ୍ୱାସ କରଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସ୍ୱାର୍ଥକୁ ଆଗକୁ ବଢ଼ାଇବା ପାଇଁ ସାମରିକ ଶକ୍ତି ବ୍ୟବହାର କରିବାକୁ ଇଚ୍ଛୁକ। ତେବେ ୮୭ ପ୍ରତିଶତ ଡେମୋକ୍ରାଟ, ୨୩ ପ୍ରତିଶତ ରିପବ୍ଲିକାନ୍ ଏବଂ ଅନ୍ୟ ୬୦ ପ୍ରତିଶତ ଅଂଶୀଦାର ଏହି ମତ ପୋଷଣ କରିଛନ୍ତି । ୧୨୮୨ ଆମେରିକା ନାଗରିକଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା ।

ସେପଟେ ଆକ୍ରମଣ ଗୋଟିଏ ଦିନ ପୂର୍ବରୁ ସିବିଏସ୍ ନ୍ୟୁଜ ଦ୍ବାରା କରାଯାଇଥିବା ସର୍ଭେରେ ଭିନ୍ନ ତଥ୍ୟ ମିଳିଥିଲା । ୫୧% ଲୋକେ ଇରାନ୍ ବିରୋଧରେ ଆକ୍ସନକୁ ସମର୍ଥନ କରିଥିଲେ । ତେହେରାନକୁ ପରାମଣୁ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରୁ ରୋକିବା ଲାଗି କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ସେମାନେ ମତ ଦେଇଥିଲେ । କିନ୍ତୁ ଅଧାରୁ ଅଧିକ ଲୋକେ ଯୁଦ୍ଧ ବଦଳରେ କୂଟନୈତିକ ଆଲୋଚନା ଏବଂ ପ୍ରତିବନ୍ଧକ ଉପରେ ମଧ୍ୟ ଜୋର ଦେଇଥିଲେ । କିନ୍ତୁ ୧୮% ଲୋକେ କହିଥିଲେ ଯେ, ଆମେରିକା ବଳପୂର୍ବକ ଇରାନର ଶାସକଙ୍କୁ ହଟାଇବା ଦରକାର । ସେହିଭଳି ୨୨ ପ୍ରତିଶତଙ୍କ ମତ ଥିଲା ଯେ, କୌଣସି ପ୍ରକାର ଆକ୍ସନ ଜରୁରୀ ନୁହେଁ ।

ଇରାନ୍ ଆମେରିକା ପ୍ରତି ବପଦ ସୃଷ୍ଟି କରୁଛି ବୋଲି ଟ୍ରମ୍ପ ପ୍ରଶାସନ ବାରମ୍ବାର ଅଭିଯୋଗ କରିଆସିଛି । ଇରାନ୍ କୌଣସି ମତେ ଆଣବିକ ଯୁଦ୍ଧାସ୍ତ୍ର ବିକଶିତ କରୁ ବୋଲି ଚାହେଁ ନାହିଁ ଆମେରିକା । ଇରାନ ପରମାଣୁ ଯୁଦ୍ଧାସ୍ତ୍ର ନିର୍ମାଣ କଲେ, ଆମେରିକା ପ୍ରତି ବିପଦ ବୋଲି ଟ୍ରମ୍ପ ଦାବି କରିଆସିଛନ୍ତି । ସେପଟେ ଇରାନ୍ ମତରେ, ଟ୍ରମ୍ପ ପ୍ରଶାସନ କରୁଥିବା ଦାବି ଭିତ୍ତିହୀନ କିମ୍ବା ଏହାକୁ ଅତିରଞ୍ଜିତ କରାଯାଉଛି । ଏନେଇ ଇରାନ୍ର ଶାସକ ୟୁଏସଏ ଟୁଡେକୁ ପ୍ରତିକ୍ରିୟା ଦେଇ କହିଥିଲେ । କିନ୍ତୁ ଏବେ ସ୍ଥିତି ବଦଳି ଯାଇଛି । ଆମେରିକା ଏବଂ ଇସ୍ରାଏଲ, ଇରାନ୍ ଉପରେ ଆକ୍ରମଣ କରିଛନ୍ତି । ଇରାନ୍ର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ସମେତ ବହୁ ଶୀର୍ଷ ସ୍ତରୀୟ ନେତାଙ୍କ ମୃତ୍ୟୁ ହୋଇସାରିଛି । ସେହିଭଳି ଇରାନ୍ ମଧ୍ୟ ପ୍ରତିଆକ୍ରମଣ ଜାରି ରଖିଛି । ଇରାନ ଗଣମାଧ୍ୟମ ଅନୁଯାୟୀ, ଏହି ଆକ୍ରମଣରେ ୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୭୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Scroll to Top