ସମ୍ବଲପୁର ୦୨।୦୩: କୋର୍ଟକୁ ପୁଣି ଥରେ ଧମକ । ସମ୍ବଲପୁର କୋର୍ଟରେ ବୋମାରେ ଉଡ଼ାଇଦେବାକୁ ଆସିଛି ଧମକ । ଯାହାପରେ ପୁରା କୋର୍ଟ ପରିସରରେ ସୁରକ୍ଷାବାହିନୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତନତନ କରି ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଯାଞ୍ଚ କରୁଛି ପୋଲିସ ।
ଖବର ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ସମ୍ବଲପୁର କୋର୍ଟକୁ ଆସିଥିଲା ବୋମାର ଧମକ । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଥିଲା ଧମକ । ଆଉ ଏବେ ପୁଣି ଥରେ ସେହିଭଳି ଭାବରେ ଆସିଛି ଧମକ । ତେବେ ଧମକ ପରେ ଜିଲ୍ଲା ପ୍ରଶାସନ ପୁରା ଆକ୍ସନମୋଡକୁ ଆସିଛି । ତୁରନ୍ତ ଜିଲ୍ଲା ପୋଲିସ, ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଏପିରିକି ସମ୍ବେଦନଶୀଳ ସ୍ଥାନମାନଙ୍କରେ ତନତନ କରି ଯାଞ୍ଚ କରୁଛନ୍ତି ।
ତେବେ କିଏ ଓ କାହିଁକି ଏଭଳି ବୋମା ଧମକ ଦେଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସମ୍ବଲପୁର କୋର୍ଟକୁ ବାରମ୍ବାର ଏପରି ଧମକ କାହିଁକି ଆସୁଛି । ସେନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି ପୋଲିସ । ସେହିପରି ପୂର୍ବରୁ ମଧ୍ୟ କଟକ ହାଇକୋର୍ଟକ ମଧ୍ୟ ବମ୍ରେ ଉଡ଼ାଇବାକୁ ଧମକ ଆସିଥିଲା ।