ବଡ଼ ଘୋଷଣା କରିପାରେ ବିଜେପି, ପୂର୍ଣ୍ଣିମା କେରକେଟା ହୋଇପାରନ୍ତି ରାଜ୍ୟସଭା ପ୍ରାର୍ଥୀ

ବଡ଼-ଘୋଷଣା-କରିପାରେ-ବିଜେପି,-ପୂର୍ଣ୍ଣିମା-କେରକେଟା-ହୋଇପାରନ୍ତି-ରାଜ୍ୟସଭା-ପ୍ରାର୍ଥୀ

ବଡ଼ ଘୋଷଣା କରିପାରେ ବିଜେପି, ପୂର୍ଣ୍ଣିମା କେରକେଟା ହୋଇପାରନ୍ତି ରାଜ୍ୟସଭା ପ୍ରାର୍ଥୀ

Published By: Kirti – Prameya-News7 Bureau | March 02, 2026 08:06 AM

NEWS7

Ticket

ଭୁବନେଶ୍ୱର ୦୨।୦୩ : ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ମିଳିପାରେ ରାଜ୍ୟସଭା ଟିକେଟ୍ । ଜଣେ ତୃଣମୂଳସ୍ତରର ନେତ୍ରୀ ଭାବେ ତାଙ୍କର ପରିଚୟ ରହିଛି । ସମାଜସେବା ପାଇଁ ମଧ୍ୟ ସେ ପରିଚିତ । ଜଣେ ଆଦିବାସୀ ଚେହେରାଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ କରିସାରିଛି ବୋଲି ଆଲୋଚନା ହେଉଛି । ଆରଆଇଟିଇଏସ୍ ବୋର୍ଡରୁ ଇସ୍ତଫା ଏହି ଆଲୋଚନାକୁ ଖୋରାକ୍ ଯୋଗାଇଛି ।

ଏ ଖବର ବି ପଢନ୍ତୁ:-ରାୟପୁର ରେଞ୍ଜ ଏବଂ ସମ୍ବଲପୁର ରେଞ୍ଜ ହେଲା ସମ୍ପୂର୍ଣ୍ଣ ମାଓ ମୁକ୍ତ

ଗତ ୨୪ ତାରିଖରେ ସେ ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ସର୍ଭିସ୍ (ଆରଆଇଟିଇଏସ୍) ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହି ବୋର୍ଡରେ ସେ ଅଣସରକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ମାସରେ ରେଳ ବିଭାଗ ତାଙ୍କୁ ଏହି ନିଯୁକ୍ତି ଦେଇଥିଲା । ତେବେ ୨୪ ତାରିଖରେ ସେ ଇସ୍ତଫା ଦେବା ପରେ ୨୫ ତାରିଖରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି । ସେ ରାଜ୍ୟସଭାକୁ ଯାଉଥିବା ଏହା ସଙ୍କେତ ଦେଉଛି ବୋଲି କିଛି ନେତା କହିଛନ୍ତି ।

ଏ ଖବର ବି ପଢନ୍ତୁ:- ‘ବିରାଟ-ରୋହିତଙ୍କୁ ଦେଖି ବଡ ଇନିଂସ ଖେଳିଛି’…ମ୍ୟାଚ୍ ପରେ ‘ରୋ-କୋ’ଙ୍କୁ ଶ୍ରେୟ ଦେଲେ ସଞ୍ଜୁ ସାମସନ୍

Scroll to Top