ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ଘଟଣାରେ ଆକ୍ସନ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ
Published By: Kirti – Prameya-News7 Bureau | March 01, 2026 09:27 AM
NEWS7
ଭୁବନେଶ୍ୱର ୦୧।୦୩ : ରାଜଧାନୀ ଭୁବନେଶ୍ବରରେ ୟୁଟ୍ୟୁବର୍ ରାହୁଲ ମହାରଣା ଛୁରି ଭୁସି ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରାଯାଇଛି। ସିସିଟିଭି ଆଧାରରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିସିପି ଜଗମୋହନ ମୀନା ।
ଖବର ଅନୁଯାୟୀ, ଜିଜିପି କଲୋନୀରେ ରହୁ ଥିଲେ ରାହୁଲ ମହାରଣା । ରାତି ସାଢ଼େ ୯ଟା ବେଳେ ସେ ଜିଜିପି କଲୋନୀ ସ୍କୁଲ ପଡ଼ିଆରେ ସାଙ୍ଗ ସହିତ ବସିଥିବା ବେଳେ ୩ ଜଣ ଯୁବକ ଏକ ବାଇକରେ ସେଠାରେ ପହଞ୍ଚି ତାଙ୍କୁ ଅତର୍କିତ ଭାବେ ଛୁରି ଭୂସି ଦେଇ ପଳାଇଥିଲେ । ରାହୁଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ନିକଟସ୍ଥ ଏକ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରୁ ପୁଣି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ଫେରାଇ ଦେବାରୁ ଶେଷରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।




