ଘର କେରଳ, କାରବାର କୋରାପୁଟରେ : ଗଞ୍ଜେଇ ତେଲ ଚାଲାଣର କିଙ୍ଗପିନ ଜୟରାଜ ଗିରଫ
ଗଞ୍ଜେଇ ତେଲ ଚାଲାଣର କିଙ୍ଗପିନ ଜୟରାଜ ଗିରଫ । ଜୟରାଜ ସହିତ ଆଉ ୬ ଜଣକୁ ଗିରଫ କରିଛି କୋରାପୁଟ ପୋଲିସ । ଗଞ୍ଜେଇ ତେଲ କିଙ୍ଗପିନ ଘର କେରଳରେ ।
Published By: Ruby – Prameya-News7 Bureau | February 28, 2026 12:15 PM
NEWS7
ଭୁବନେଶ୍ବର ୨୮।୨: ଗଞ୍ଜେଇ ତେଲ ଚାଲାଣର କିଙ୍ଗପିନ ଜୟରାଜ ଗିରଫ । ଜୟରାଜ ସହିତ ଆଉ ୬ ଜଣକୁ ଗିରଫ କରିଛି କୋରାପୁଟ ପୋଲିସ । ପୋଲିସର ଦିତୀୟ ଅପରେସନରେ କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରାଯାଇଛି । ଗଞ୍ଜେଇ ତେଲ କିଙ୍ଗପିନ ଘର କେରଳରେ ବୋଲି ପୋଲିସ କହିଛି । ଜୟରାଜ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା । ଜୟରାଜର ଆଉ ଦୁଇ ସହଯୋଗୀ କେରଳର ବୋଲି ପୋଲିସ କହିଛି । ଏମାନଙ୍କୁ ଧରିବାକୁ ପୋଲିସର ୭ଟି ଟିମ୍ ଗଠନ ହୋଇଥିଲା । ଗଞ୍ଜେଇ ତେଲ କାରଖାନା ଠାବ ପାଇଁ ଡ୍ରୋନ୍ ସହାୟତା ନିଆଯାଇଥିଲା । ଗଞ୍ଜେଇ ତେଲ ପ୍ରସ୍ତୁତ ପାଇଁ ସୋସିଆଲ ମିଡିଆ ସାଇଟ୍ରେ ଭିଡିଓର ସହାୟତା ନେଇଥିଲା ଜୟରାଜ ।
ଏ ଖବର ବି ପଢ଼ନ୍ତୁ:- କୋରାପୁଟ ଜଙ୍ଗଲରେ ଏବେବି ଚାଲିଛି ଜୋରଦାର ଅପରେସନ, ଡ୍ରୋନ୍ ଦ୍ୱାରା ନଷ୍ଟ କରାଯାଉଛି ଗଞ୍ଜେଇ ଚାଷ
ଏହି ଗଞ୍ଜେଇ ତେଲ ଆଫଗାନିସ୍ତାନ, ପାକିସ୍ତାନ ଓ ଦୁବାଇ ଚାଲାଣ ହେଉଥିଲା । ଏବେବି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଛି । ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି ।




