କେନ୍ଦ୍ରାଞ୍ଚଳ ପୋଲିସ ଆଇଜିଙ୍କ ସମୀକ୍ଷା ବୈଠକ, ସୁରକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

କେନ୍ଦ୍ରାଞ୍ଚଳ-ପୋଲିସ-ଆଇଜିଙ୍କ-ସମୀକ୍ଷା-ବୈଠକ,-ସୁରକ୍ଷା-ବ୍ୟବସ୍ଥାର-କଲେ-ସମୀକ୍ଷା

ଭୁବନେଶ୍ୱର ୨୮।୦୨ : କେନ୍ଦ୍ରାଞ୍ଚଳ ପୋଲିସ ଆଇଜିଙ୍କ ସମୀକ୍ଷା ବୈଠକ । ଆଗାମୀ ସପ୍ତାହ ଗୁଡ଼ିକରେ କେନ୍ଦ୍ରାଞ୍ଚଳ ଅନ୍ତର୍ଗତ ୭ଟି ଜିଲ୍ଲାରେ ପାଳନ ହେବାକୁ ଥିବା ବିଭିନ୍ନ ପ୍ରମୁଖ ପର୍ବପର୍ବାଣୀକୁ ଦୃଷ୍ଟିରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉକ୍ତ ଜିଲ୍ଲାରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ । ସେନେଇ ଆଲୋଚନା ହୋଇଛି ।

ଆଗାମୀ ଦିନରେ ଦୋଳ ପୂର୍ଣ୍ଣିମା, ହୋଲି, ଇଦ୍-ଉଲ୍-ଫିତର, ରାମ ନବମୀ, ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି ପରି ଉତ୍ସବଗୁଡ଼ିକରେ ବହୁ ସଂଖ୍ୟାରେ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଜିପି ସମସ୍ତ ଜିଲ୍ଲା ଏସପି (SP) ମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ଏବଂ ସାମ୍ପ୍ରଦାୟିକ ସଦଭାବନା ରକ୍ଷାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କିଛିଟା ବିଷୟରେ ଉପରେ ବିଶେଷ ଆଲୋଚନା ହୋଇଛି : ଯେପରି…

ସୁରକ୍ଷା ବ୍ୟବସ୍ଥା : ସମ୍ବେଦନଶୀଳ ଅଞ୍ଚଳ ଓ ଶୋଭାଯାତ୍ରା ମାର୍ଗରେ ପାଟ୍ରୋଲିଂ ବୃଦ୍ଧି ସହ ପର୍ଯ୍ୟାପ୍ତ ପୋଲିସ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୋସିଆଲ ମିଡିଆ ଉପରେ ନଜର : ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ରୋକିବା ପାଇଁ ଜିଲ୍ଲା ସାଇବର ସେଲ୍ ୨୪ , ୭ କାର୍ଯ୍ୟ କରିବ।

ଅପରେସନ୍ ଜୀବନ ସୁରକ୍ଷା : ମଦ୍ୟପାନ କରି ଗାଡ଼ି ଚଳାଇବା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଉତ୍ସବ ସମୟରେ ଡିଜେ (DJ) ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା : ପୁରୀ ସମୁଦ୍ର କୂଳ ଓ ଅନ୍ୟ ପବିତ୍ର ଜଳାଶୟ ନିକଟରେ ଲାଇଫଗାର୍ଡ ମୁତୟନ କରାଯିବ।

ସମନ୍ୱୟ : ସ୍ଥାନୀୟ ଶାନ୍ତି କମିଟି ସହ ଆଲୋଚନା ଏବଂ ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

କୌଣସି ବି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ସର୍ବଦା ସଜାଗ ରହିଛି ବୋଲି ଡଃ ନାୟକ ପ୍ରକାଶ କରିଛନ୍ତି।

Scroll to Top