ନବୀନ ନିବାସରେ ବଡ଼ ବୈଠକ, ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା

ନବୀନ-ନିବାସରେ-ବଡ଼-ବୈଠକ,-ସାଂଗଠନିକ-ସ୍ଥିତି-ନେଇ-ବରିଷ୍ଠ-ନେତାଙ୍କ-ସହ-ଆଲୋଚନା

ନବୀନ ନିବାସରେ ବଡ଼ ବୈଠକ, ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା

Published By : Prameya-News7 Bureau | August 16, 2025 IST

ଭୁବନେଶ୍ୱର ୧୬।୦୮ : ନବୀନ ନିବାସ ପୁଣି ଚଳଚଞ୍ଚଳ । ବିଜେଡିର ବରିଷ୍ଠ ନେତା ଠୁଳ ହେବାରେ ଲାଗିଛନ୍ତି । ସଂଗଠନର ସ୍ଥିତି ବିବାଦରେ ଦଳ ସୁପ୍ରିମୋଙ୍କ ସହ ଆଲୋଚନା ନେଇ ସୂଚନା ମିଳିଛି । ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରାବ ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ । 

ଖବର ଅନୁଯାୟୀ, କିଛି ମାସ ତଳେ ଚିକିତ୍ସା ଲାଗି ମୁମ୍ବାଇ ଯାଇଥିଲେ ନବୀନ ନିବାସ।ସେଠାରେ ସୁସ୍ଥ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ତେବେ ଓଡ଼ିଶା ଫେରିବା ପରେ ନବୀନ ନିବାସରେ ବସିଛି ବଡ଼ ବୈଠକ । ଯେଉଁଥିରେ ବିଜେଡି ନେତା ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନଙ୍କ ସହ କିଛି ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ସଂଗଠନର ସ୍ଥିତି ବାବଦରେ ଦଳର ସୁପ୍ରିମୋଙ୍କ ସହ ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଛି । ତେବେ କେଉଁ କେଉଁ ପ୍ରସଙ୍ଗ ନେଇ ଆଲୋଚନା ଚାଲିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ମୁମ୍ବାଇରୁ ସୁସ୍ଥ ହୋଇ ଫେରିବା  ପରେ ନବୀନ ନିବାସରେ ବସିଛି ପ୍ରଥମ ବୈଠକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top