ବାଲିପାଟଣାରେ ଯୁବକ ପୋଡି ଘଟଣା : ବାପା ଓ ସାବତ ଭାଇ ଗିରଫ, ଅନ୍ୟ ସଂପୃକ୍ତଙ୍କୁ ଗିରଫ ଦାବି କଲେ ମୃତକଙ୍କ ପତ୍ନୀ

ବାଲିପାଟଣାରେ-ଯୁବକ-ପୋଡି-ଘଟଣା-:-ବାପା-ଓ-ସାବତ-ଭାଇ-ଗିରଫ,-ଅନ୍ୟ-ସଂପୃକ୍ତଙ୍କୁ-ଗିରଫ-ଦାବି-କଲେ-ମୃତକଙ୍କ-ପତ୍ନୀ

ବାଲିପାଟଣାରେ ଯୁବକ ପୋଡି ଘଟଣା : ବାପା ଓ ସାବତ ଭାଇ ଗିରଫ, ଅନ୍ୟ ସଂପୃକ୍ତଙ୍କୁ ଗିରଫ ଦାବି କଲେ ମୃତକଙ୍କ ପତ୍ନୀ

Published By : Prameya-News7 Bureau | August 16, 2025 IST

ବାଲିପାଟଣା ୧୬।୮: ବାଲିପାଟଣାରେ ଯୁବକ ପୋଡି ଘଟଣାରେ ମୃତ ଯୁବକଙ୍କ ବାପା ଓ ସାବତ ଭାଇ ଗିରଫ ହୋଇଛନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ତେବେ ଏମ୍ସରେ ମୃତ ଯୁବକଙ୍କ ପୋଷ୍ଟମର୍ଟମ କରାଯିବା ନେଇ ସୂଚନା ମିଳିଛି । 

ସେପଟେ ନ୍ୟାୟ ଦେବା ପାଇଁ ଜ୍ୟୋତିଙ୍କ ପତ୍ନୀ ଦାବି କରିଛନ୍ତି । ସାବତ ଭାଇ, ମା’, ଯା ଓ ବାପା ମିଶି ଜ୍ୟୋତିଙ୍କୁ ପୋଡ଼ିଦେଇଥିବା ଅଭିଯୋଗ ଆଣିଛନ୍ତି । ପୋଲିସ କେବଳ ବାପା ଓ ସାବତ ଭାଇକୁ ଗିରଫ କରିଥିବା ବେଳେ ଶାଶୁ, ଯା ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିନାହାନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ଦେବା ପାଇଁ ଜ୍ୟୋତିଙ୍କ ପତ୍ନୀ ଓ ସଢ଼ୁ ଦାବି କରିଛନ୍ତି । ଜ୍ୟୋତିଙ୍କ ପତ୍ନୀ ଓ ତାଙ୍କର ୧୦ ବର୍ଷର ପୁଅ ଥିବାରୁ ତାଙ୍କୁ ସରକାର ସାହାଯ୍ୟ କରିବା ପାଇଁ ଏମାନେ ନିବେଦନ କରିଛନ୍ତି । ଦୀର୍ଘ ୧୦ ବର୍ଷରୁ ପରିବାରରେ ଜମିବାଡ଼ି ବିବାଦକୁ ନେଇ କଳହ ଲାଗି ରହିଥିଲା । 

You Can Read:

ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଢିଲା, ମନ୍ଦିର ଉପରେ ଚଢିବା ବେଳେ ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top