ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୬.୨୩ ପ୍ରତିଶତ

ପ୍ରକାଶ-ପାଇଲା-ମାଟ୍ରିକ୍-ସପ୍ଲିମେଣ୍ଟାରୀ-ପରୀକ୍ଷା-ଫଳ,-ପାସ୍-ହାର-୫୬.୨୩-ପ୍ରତିଶତ

କଟକ ୧୬।୮: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ଅପରାହ୍ନ ୨ଟା ପରେ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ସପ୍ଲିମେଣ୍ଟାରୀରେ ପାସ୍ ହାର ୫୬.୨୩ ପ୍ରତିଶତ ରହିଛି । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୩୪୫୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୧୯୪୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏ-୨ ଗ୍ରେଡ୍‌ରେ ୩, ବି-୧ ଗ୍ରେଡ୍‌ରେ ୧୪, ବି-୨ ଗ୍ରେଡ୍‌ରେ ୩୯, ସି ଗ୍ରେଡ୍‌ରେ ୧୧୩, ଡି ଗ୍ରେଡ୍‌ରେ ୨୭୬, ଇ ଗ୍ରେଡ୍‌ରେ ୫୨୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । 

ଏହାସହ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ଏଥିରେ ୫୫.୨୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମୋଟ୍ ୫୯୭୩ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏ-୨ ଗ୍ରେଡ୍‌ରେ ୧୩, ବି-୧ ଗ୍ରେଡ୍‌ରେ ୨୩୨, ବି-୨ ଗ୍ରେଡ୍‌ରେ ୭୨୩, ସି ଗ୍ରେଡ୍‌ରେ ୧୭୩୮, ଡି ଗ୍ରେଡ୍‌ରେ ୨୦୭୫, ଇ ଗ୍ରେଡ୍‌ରେ ୧୧୯୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ୯୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ହଜାର ୨ ଶହ ୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୧୦୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୧୦ ହଜାର ୮ ଶହ ୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଜୁନ୍ ୩୦ ତାରିଖରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

You Can Read:

କଟକରେ ଆରମ୍ଭ ହେଲା ପାର୍ବଣ, ମା’ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ

Scroll to Top