ବରଗଡ଼ରେ ଲଜ୍ଜା, ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବରଗଡ଼ରେ-ଲଜ୍ଜା,-୧୨-ବର୍ଷୀୟା-ନାବାଳିକାକୁ-ଦୁଷ୍କର୍ମ-ଅଭିଯୋଗ

ବରଗଡ଼ରେ ଲଜ୍ଜା, ୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By: Chikun – Prameya-News7 Bureau | February 27, 2026 03:39 PM

NEWS7

Bargarh

ବରଗଡ଼: ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ବରଗଡ଼ ସଦର ଥାନା ଅଞ୍ଚଳରେ। ନାବାଳିକାକୁ ସେହି ଅଞ୍ଚଳର ପରଦେଶୀ ପ୍ରଧାନ (୫୫) ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ବରଗଡ଼ ସଦର ଥାନା ପୋଲିସ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି। ଅନ୍ୟପଟେ ନାବାଳିକାକୁ ବରଗଡ଼ ଶିଶୁ ମଙ୍ଗଳ କାର୍ଯ୍ୟାଳୟକୁ ନେଇ ପଚରା ଉଚରା ଜାରି ରଖିଥିବା ବେଳେ ଡାକ୍ତରୀ ମାଇନା କରାଯାଇଛି।ତେବେ ଏହି ଘଟଣାକୁ ନେଇ ବରଗଡ଼ ଜିଲ୍ଲା ପାଇଁ ଏବେ ଲଜ୍ଜାର ବିଷୟ ହୋଇଛି।

Scroll to Top