ଲାହୋର, ୨୭ /୦୨: ଆରମ୍ଭ ହୋଇଯାଇଛି ଯୁଦ୍ଧ । ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ କାନ୍ଦାହାରରେ ଆକ୍ରମଣ କରିଛି ପାକ୍ ସେନା । ଏୟାରଷ୍ଟ୍ରାଇକ୍ କରି ଛିନଛତ୍ର କରିଦେଇଛି । ଯାହାର ଭିଡିଓ ଏବେ ପାକ୍ ତରଫରୁ ରିଲିଜ୍ କରାଯାଇଛି ।
ପାକିସ୍ତାନ ପ୍ରତିରକ୍ଷା ବିଭାଗ ଶୁକ୍ରବାର ଭିଡିଓ ରିଲିଜ୍ କରିଛି । ଏଥିରେ କିପରି କାବୁଲରେ ଥିବା ବିଭିନ୍ନ ସ୍ଥାନରେ ବୋମା ବର୍ଷା ହୋଇଛି ତାହା ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପାକ୍ ଯୁଦ୍ଧ ବିମାନ ବିଭିନ୍ନ ଟାର୍ଗେଟ୍ କୁ ପ୍ରଥମେ ଚିହ୍ନଟ କରୁଛନ୍ତି । ଏହାପରେ ଭୟଙ୍କର ବୋମାମାଡ କରୁଛନ୍ତି । କିଚି ସେକେଣ୍ଡରେ କାବୁଲର ଅନେକ ସ୍ଥାନ ଧ୍ୱଂସ ହୋଇଯାଉଛି ।
Video footage published earlier by Pakistan’s Defense Ministry, which shows several of tonight’s strikes by the Pakistani Air Force against Taliban command-and-control centers and other military infrastructure in the Afghan capital of Kabul and other provinces of Eastern… pic.twitter.com/8tlpZSHFSH
— OSINTdefender (@sentdefender) February 26, 2026
ଏହି ଖବରଟି ପଢନ୍ତୁ… ୪୦ ପାକିସ୍ତାନ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ପାକ୍ର ୧୫ ପୋଷ୍ଟ ଉପରେ କବଜା
ଆଫଗାନିସ୍ତାନର ବଡ ଦାବି
ଆଫଗାନ୍ ସରକାରଙ୍କ କହିବାନୁସାରେ, ସେମାନେ ପାକିସ୍ତାନର ୧୯ଟି ସେନା ପୋଷ୍ଟକୁ ଦଖଲ କରିସାରିଛନ୍ତି । ଯେଉଁଥିରେ ଅନେକ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଏହା ହେଉଛି ପକିସ୍ତାନ ତରଫରୁ କରାଯାଇଥିବା ଏୟାର ଷ୍ଟ୍ରାଇକର ଜବାବ । ବିବଦୀୟ ଡୁରାନ୍ଦ ଲାଇନରେ ପାକ୍ ସେନା ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏଥିରେ ତାଲିବାନର କିଛି ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି ।ତାଲିବାନ ମୁଖପାତ୍ର ଜାବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ପାକିସ୍ତାନୀ ସେନାର୫୫ସଦସ୍ୟ ପ୍ରାଣ ହରାଇଛନ୍ତି । କୁନାର ପ୍ରାନ୍ତରେ ପାକ୍ ର ଭୟଙ୍କର କ୍ଷତି ହୋଇଛି । ଇସଲାମିକ୍ ଏମିରେଟସ୍ ଫୋର୍ସ ଏହି ଆକ୍ରମଣ କରିଛି । ଯାହା ପାକିସ୍ତାନୀ ସେନାର ଅଣ୍ଟା ଭାଙ୍ଗି ଦେଇଥିବା ସେ ପ୍ରକାଶ କରିଛନ୍ତି ।
ପାକିସ୍ତାନ ମଧ୍ୟ ଚୁପ୍ ବସିନି । ପାକ୍ ସେନା କାବୁଲ ଏବଂ କାନ୍ଦାହାର ପ୍ରାନ୍ତରେ ଏୟାର ଷ୍ଟ୍ରାଇକ୍ କରି୨୨ଜଣ ତାଲିବାନୀ ଯୋଦ୍ଧାଙ୍କୁ ନିପାତ କରିଥିବା ଦାବି କରିଛି । ଏବେସୁଦ୍ଧା ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧରେ ଶତାଧିକ ସୈନ୍ୟ ପ୍ରାଣ ହରାଇଥିବା ରିପୋର୍ଟ ଆସୁଛି ।




