ଏଥର ବିଶ୍ୱ ସମ୍ମୁଖରେ ହାର ମାନିବାକୁ ବାଧ୍ୟ ହେବ ପାକିସ୍ତାନ:ସେନା କମାଣ୍ଡରଙ୍କ କଡ଼ା ଚେତାବନୀ

ଏଥର-ବିଶ୍ୱ-ସମ୍ମୁଖରେ-ହାର-ମାନିବାକୁ-ବାଧ୍ୟ-ହେବ-ପାକିସ୍ତାନ:ସେନା-କମାଣ୍ଡରଙ୍କ-କଡ଼ା-ଚେତାବନୀ

ଏଥର ବିଶ୍ୱ ସମ୍ମୁଖରେ ହାର ମାନିବାକୁ ବାଧ୍ୟ ହେବ ପାକିସ୍ତାନ:ସେନା କମାଣ୍ଡରଙ୍କ କଡ଼ା ଚେତାବନୀ

ଭାରତୀୟ ସେନା ଭବିଷ୍ୟତର ଆକଶ୍ମିକ ଅପ୍ରତିକର ପରିସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପାକିସ୍ତାନର ପରମାଣୁ ଧମକ ଦ୍ୱାରା ଆଦୌ ଡରିବ ନାହିଁ, ପଶ୍ଚିମ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କ କଡା ଚେତାବନୀ।

Published By: abinash – Prameya-News7 Bureau | February 26, 2026 07:48 PM

NEWS7

Manoj Kumar Katiyar warns-pakistans
photo-internet

ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତୀୟ ଆର୍ମି କମାଣ୍ଡରଙ୍କ କଡ଼ା ଚେତାବନୀ। ଏଥର ଯୁଦ୍ଧ ହେଲେ ସ୍ଥିତି ନିର୍ଣ୍ଣାୟକ ହେବ। ପାକିସ୍ତାନ ସାରା ବିଶ୍ୱ ସମ୍ମୁଖରେ ହାର ମାନିବ। ଏବେ ଆଉ ପରମାଣୁ ଧମକକୁ ଖାତିର କରିବୁ ନାହିଁ। ଭବିଷ୍ୟତର କୌଣସି ଅପ୍ରିତିକର ପରିସ୍ଥିତି ପାଇଁ ଭାରତୀୟ ଆର୍ମୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଗୁରୁବାର କହିଛନ୍ତି ୱେଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର। ସେ ସିଧା ସିଧା ଚେତାବନୀ ଦେଇ କହିଛନ୍ତି ଯଦି ଭବିଷ୍ୟତରେ ପାକିସ୍ତାନ ସହିତ କୌଣସି ଯୁଦ୍ଧ ହୁଏ ତେବେ ଏଥର ଫଳାଫଳ ହେବ ନିର୍ଣ୍ଣାୟକ। 
ମାମୁନ୍ ମିଲିଟାରି ଷ୍ଟେସନର ଧ୍ୟାନ ସିଂହ ଷ୍ଟାଡିୟମରେ ଏକ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ଯବାନମାନଙ୍କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ ଜେନେରାଲ କଟିୟାର ଏପରି କହିଛନ୍ତି। ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ ଯୁଦ୍ଧବିରତି ଚାହୁଁଥିଲା, ଅନ୍ୟପଟେ ପରମାଣୁ ଧମକ ବି ଦେଉଥିଲା ବୋଲି ସେ କହିଛନ୍ତି।  ପିଟିଆଇ ରିପୋର୍ଟ ଅନୁସାରେ, କଟିଆର କହିଛନ୍ତି “ସେମାନେ କହିଥିଲେ ଯେ ଯଦି ସେମାନେ ମରିବେ, ତେବେ ସେମାନେ ଅଧା ବିଶ୍ୱକୁ ସାଙ୍ଗରେ ନେଇଯିବେ। ଆମେ ସେତେବେଳେ ସେହି ଧମକକୁ ଅଣଦେଖା କରିଥିଲୁ, ଏବଂ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଯୋଜନା ସହିତ ଆମେ ଏବେ ଆହୁରି ଭଲ ଭାବରେ ପ୍ରସ୍ତୁତ ଅଛୁ।”
ପାକିସ୍ତାନ ସରକାର ନିଜର ଅସ୍ତତ୍ୱି ବଜାଇ ରଖିବା ପାଇଁ ଯୁଦ୍ଧକୁ ଗୁରୁତ୍ୱ ଦେଉଛି ବୋଲି କହି କଟିୟାର କହିଛନ୍ତି ଯେ ଭାରତର ନେତୃତ୍ୱ ଜାତୀୟ ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ହେଲେ ପାକିସ୍ତାନର ଜେନେରାଲମାନେ କ୍ଷମତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଉଛନ୍ତି। ପାକିସ୍ତାନ ପାଖରେ ଖୋଲା ଯୁଦ୍ଧ ପାଇଁ ସାହସ ଏବଂ କ୍ଷମତାର ଅଭାବ ରହିଛି ତେଣୁ ଉତ୍ତେଜନା ସୃଷ୍ଟି କରିବା ପାଇଁ ପ୍ରକ୍ସି ଉପରେ ନିର୍ଭର କରୁଛି ବୋଲି କଟିୟାର କହିଛନ୍ତି। ସେ କହିଛନ୍ତି “ପାକିସ୍ତାନ ଭାରତକୁ ଉସୁକାଇବା ପାଇଁ ବାରମ୍ବାର ଆତଙ୍କବାଦୀ ସଂଗଠନଗୁଡ଼ିକୁ ବ୍ୟବହାର କରୁଛି, ଯାହା ଦ୍ୱାରା ଆମେ ପ୍ରତିଶୋଧ ନେବା ସମୟରେ ଏହା ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିପାରିବ ଏବଂ ଘରୋଇ ସମର୍ଥନ ସଂଗ୍ରହ କରିପାରିବ।” ଇସଲାମାବାଦ ବିଜୟର ମିଥ୍ୟା କାହାଣୀ ଏବଂ ମିଡିଆ ପ୍ରଚାର ସହିତ ନିଜ ଲୋକଙ୍କୁ ଭ୍ରମିତ କରିଛି। ହେଲେ ଏଥର ଆମେ ତାଙ୍କୁ ଆଉ ଏହି ସୁଯୋଗ ଦେବୁ ନାହିଁ ବୋଲି ଆର୍ମି କମାଣ୍ଡର କହିଛନ୍ତି।
ଯଦି ଭବିଷ୍ୟତରେ ଅପରେସନ ହେଲା ତେବେ ଏହା କେବଳ ଆତଙ୍କବାଦୀ ପୋଷ୍ଟକୁ ନୁହେଁ ଆକ୍ରମଣ ଆହୁରି ବଡ଼ ହେବ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି “ଆମର ବିଜୟ ମାଟିରେ ହେବ ଏବଂ ଏତେ ନିର୍ଣ୍ଣାୟକ ହେବ ଯେ ସେମାନେ ବିଶ୍ୱ ସମ୍ମୁଖରେ ପରାଜୟ ଗ୍ରହଣ କରିବାକୁ ବାଧ୍ୟ ହେବେ।” ତେଣୁ ଭବିଷ୍ୟତରେ କୌଣସି ଅପ୍ରିତିକର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସେ ୱେଷ୍ଟର୍ଣ୍ଣ କମାଣ୍ଡର ସୈନ୍ୟବାହିନୀକୁ ପରାମର୍ଶ ଦେଇଥିଲେ।
କଟିଆର କହିଥିଲେ “ଜାମ୍ମୁ ଏବଂ ପଞ୍ଜାବକୁ ସୁରକ୍ଷା ଦେବା ସହିତ, ତୁମେ ଶତ୍ରୁ ଅଞ୍ଚଳରେ ପ୍ରବେଶ କରିବା, ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦଖଲ କରିବା ଏବଂ କ୍ଷତି ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ବର୍ତ୍ତମାନ ଦେଶ ଚାହୁଁଛି ଯେ ଅପରେସନ ପାଇଁ ପ୍ରସ୍ତୁତି ଫୁଲ ଦମରେ ରହିବା ଦରକାର।” ଏନେଇ ସେ କହିଛନ୍ତି “ଆମେ ଏମିତି ପ୍ରସ୍ତୁତି କରିବା ଯେ ଶତ୍ରୁକୁ ଯେକୌଣସି ଦୁଃସାହସିକ କାର୍ଯ୍ୟ କରିବା ପୂର୍ବରୁ ଦଶଥର ଚିନ୍ତା କରିବାକୁ ବାଧ୍ୟ କରିବ। ବିପଦ ଏବେ ବି ଟଳି ନାହିଁ।  ଆମର ପ୍ରାହର ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବା ଆବଶ୍ୟକ।” ପାକିସ୍ତାନ ପୂର୍ବର ସଂଘର୍ଷରୁ କିଛି ଶିଖିଲା ନାହିଁ। ୧୯୭୧ ଯୁଦ୍ଧରେ ବି କିଛି ଶିଖିଲା ନାହିଁ। ତେଣୁ ଏଥର ଲଢ଼େଇ ନିର୍ଣ୍ଣାୟକ ହେବ ବୋଲି ସେ କହିଛନ୍ତି।  
 

Scroll to Top