ଭୂକମ୍ପରେ ଥରିଲା ଅଷ୍ଟ୍ରେଲିଆ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୪ ରେକର୍ଡ

ଭୂକମ୍ପରେ-ଥରିଲା-ଅଷ୍ଟ୍ରେଲିଆ,-ରିକ୍ଟର-ସ୍କେଲ୍‌ରେ-ତୀବ୍ରତା-୫.୪-ରେକର୍ଡ

ଭୂକମ୍ପରେ ଥରିଲା ଅଷ୍ଟ୍ରେଲିଆ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୪ ରେକର୍ଡ

Published By : Prameya-News7 Bureau | August 16, 2025 IST

ନୂଆଦିଲ୍ଲୀ ୧୬।୦୮; ଅଷ୍ଟ୍ରେଲିଆର ୱଣ୍ଡାଇରେ ଶକ୍ତିଶାଳୀ ଭକମ୍ପ। ଏହି ଭୂକମ୍ପର ତୀବ୍ରତା ୫.୪ ଥିଲା । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ଅନୁଯାୟୀ, ଏହି ଭୂମିକମ୍ପ ଶନିବାର ସ୍ଥାନୀୟ ସମୟ ସକାଳ ୦୯.୨୭ରେ ହୋଇଥିଲା। ଭୂମିକମ୍ପର କେନ୍ଦ୍ରଭୂମି ଭୂମିରୁ ୧୭ କିଲୋମିଟର ତଳେ ଥିଲା। ଏହା ପରେ ଆଖପାଖ ଅଞ୍ଚଳରେ ଅନେକ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

EMSC ଅନୁଯାୟୀ, ୫ ମିନିଟ୍ ମଧ୍ୟରେ ଆଖପାଖ ଅଞ୍ଚଳରେ ୩ ରୁ ୪ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂମିକମ୍ପ ଝଟକା ଯୋଗୁଁ ସ୍ଥାନୀୟ ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ। ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।

#Earthquake 30 km SE of #Wondai (#Australia) 26 min ago (local time 09:49:24). Updated map – Colored dots represent local shaking & damage level reported by eyewitnesses. Share your experience via:
📱https://t.co/QMSpuj6Z2H
🌐https://t.co/3LuCOjyOcZ pic.twitter.com/8IYtCDm5uf

— EMSC (@LastQuake) August 16, 2025

କହିବାକୁ ଗଲେ ଗତ ଅଗଷ୍ଟ ୧୨ ତାରିଖରେ ଇଣ୍ଡୋନେସିଆର ପାପୁଆ ଅଞ୍ଚଳରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଆବେପୁରା ସହରରୁ ପ୍ରାୟ ୧୯୩ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁଯାୟୀ, ଏହି ଭୂମିକମ୍ପ ସନ୍ଧ୍ୟା ୫:୨୪ ରେ (ସ୍ଥାନୀୟ ସମୟ) ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top