ନୀଳ ଜହରର ହବ୍ କୋରାପୁଟ ! ଦୁଇ ଶହ କୋଟିର ଗଞ୍ଜେଇ ତେଲ ଜବତ, ୪ ଗିରଫ

ନୀଳ-ଜହରର-ହବ୍-କୋରାପୁଟ-!-ଦୁଇ-ଶହ-କୋଟିର-ଗଞ୍ଜେଇ-ତେଲ-ଜବତ,-୪-ଗିରଫ

ନୀଳ ଜହରର ହବ୍ କୋରାପୁଟ ! ଦୁଇ ଶହ କୋଟିର ଗଞ୍ଜେଇ ତେଲ ଜବତ, ୪ ଗିରଫ

Published By: Ruby – Prameya-News7 Bureau | February 26, 2026 02:35 PM

NEWS7

Koraput News

କୋରାପୁଟ ୨୬।୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଲାପୁଟ ଜଳଭଣ୍ଡାର ନିକଟରୁ ଗଞ୍ଜେଇ ତେଲ ପ୍ରସ୍ତୁତ ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ କରିଛି କୋରାପୁଟ ପୋଲିସ । ଏହାସହ ୧୮ ଶହ ଲିଟର ଗଞ୍ଜେଇ ତେଲ ତଥା ଆଶିଷ ତେଲ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ଖବର ବି ପଢନ୍ତୁ:- ତୋଷାଳି ଭବନ ରେକର୍ଡ ରୁମ୍ରେ ଅଗ୍ନିକାଣ୍ଡ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା

ସେହିଭଳି କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନନ୍ଦପୁର ପୋଲିସ ଦୁଇଟି ପିକଅପ ଗାଡି ସହ ହଜାରେ କିଲୋ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ନନ୍ଦପୁର ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସୁମିତ୍ରା ଜେନା । ଅନ୍ୟପଟେ ଜଲାପୁଟ ଜଳଭଣ୍ଡାରର ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ବୋଲି କୋରାପୁଟ ଏସ୍ପି ରୋହିତ ବର୍ମା ମଧ୍ୟ ସୂଚନା ଦେଇଛନ୍ତି ।

Scroll to Top