ମେଡିକାଲ ଡ୍ରେନ୍ରେ ପଡ଼ିଛି ଅଜଣା ମୃତଦେହ, ପୋଲିସ ଖୋଜୁଛି କାରଣ
Published By: Kirti – Prameya-News7 Bureau | February 26, 2026 01:29 PM
NEWS7
ବଲାଙ୍ଗୀର ୨୬।୦୨ : ଡ୍ରେନ୍ରେ ପଡ଼ିଛି ମୃତଦେହ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ୍ରେନ୍ରେ ପଡ଼ିଛି ମୃତଦେହ । ମେଡିକାଲ ଆଇସିୟୁ ସମ୍ମୁଖ ଡ୍ରେନ୍ରେ ପଡ଼ିଛି ମୃତଦେହ। ବର୍ତ୍ତମାନ ଯାଏଁ ମିଳିନାହିଁ ମୃତ ବ୍ୟକ୍ତିଙ୍କ ପରିଚୟ ।
ଖବର ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ସମ୍ମୁଖରେ ଥିବା ଡ୍ରେନ୍ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟକ୍ତିଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୋଲିସ ।




