ଭଦ୍ରକରେ ଜୋରଦାର ସାଇବର କବଚ ଅଭିଯାନ, ମ୍ୟୁଲ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଜଣକୁ ବନ୍ଧିଲା ପୋଲିସ

ଭଦ୍ରକରେ-ଜୋରଦାର-ସାଇବର-କବଚ-ଅଭିଯାନ,-ମ୍ୟୁଲ-ଆକାଉଣ୍ଟରେ-୨-କୋଟିରୁ-ଅଧିକ-ଟଙ୍କା-ଠକେଇ-ଅଭିଯୋଗରେ-୫-ଜଣକୁ-ବନ୍ଧିଲା-ପୋଲିସ

ଭଦ୍ରକରେ ଜୋରଦାର ସାଇବର କବଚ ଅଭିଯାନ, ମ୍ୟୁଲ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ୫ ଜଣକୁ ବନ୍ଧିଲା ପୋଲିସ

Published By: Chikun – Prameya-News7 Bureau | February 24, 2026 09:40 PM

NEWS7

Operation Kavach in Bhadrak

ଭଦ୍ରକ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅନେକ ଫ୍ରଡ ଆକାଉଣ୍ଟକୁ ସିଜ କରିଛି ପୋଲିସ।

ସୂଚନା ଅନୁସାରେ, ଏଚ୍ଡିଏଫ୍ସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରାୟ ଦେଢ଼ କୋଟି ଟଙ୍କା ଆସିବା ଘଟଣାକୁ ସନ୍ଦେହ କରି ବ୍ୟାଙ୍କ ପରିଚାଳକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରି ବିଭିନ୍ନ ସାଇବର ଠକେଇ ଅର୍ଥ ଏହି ଆକାଉଣ୍ଟକୁ ଆସିଥିବା ଜାଣିବାକୁ ପାଇବା ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଔପଦା ଅଞ୍ଚଳର ଜଗବନ୍ଧୁ କେସି ।ସେହିପରି ଏକ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ଅନ୍ୟ ଏକ ମାମଲାରେ ପୋଲିସ ଅନ୍ୟ ଚାରି ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ।

Scroll to Top