ନୂଆଦିଲ୍ଲୀ ୨୨।୨: ଭାରତୀୟ ପ୍ରବାସୀ କଂଗ୍ରେସ ମୁଖ୍ୟ ସାମ ପିତ୍ରୋଡା ପୁଣି ଏକ ବୟାନ ମାଧ୍ୟମରେ ପାର୍ଟି ଲାଗି ସମସ୍ୟା ଛିଡା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ଭାରତ ଅନ୍ୟମାନଙ୍କ ସେବା ଲାଗି ଯୁବକଙ୍କ ବିଶାଳ ବାହିନୀ ଛିଡା କରିଛି। ଏମାନେ ଭାରତର କୌଣସି କାମରେ ଆସିବେନି, ବିଦେଶୀଙ୍କ ନିମନ୍ତେ କାମ କରିବେ। ପିତ୍ରୋଡା ବର୍ତ୍ତମାନର ଟେକ୍ନୋଲଜି ନିର୍ମାଣର ସ୍ଥିତି ଉପରେ ପ୍ରଶ୍ନଉଠାଇଛନ୍ତି। ସେ କହିଛନ୍ତି ଦେଢଶହ କୋଟି ଜନସଂଖ୍ୟାର ଦେଶ ଭାରତର ଏପର୍ଯ୍ୟନ୍ତ ନିଜର ଅପରେଟିଂ ସିଷ୍ଟମ ମଧ୍ୟ ନାହିଁ। ପିତ୍ରୋଡାଙ୍କ ଏହି ଟିପ୍ପଣୀ ପରେ ବିଜେପି ଆକ୍ରମକ ହୋଇ ଉଠିଛି।
ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସାମ ପିତ୍ରୋଡା ବିଦେଶୀ କମ୍ପାନୀମାନଙ୍କରେ ଭାରତୀୟଙ୍କ ସଂଖ୍ୟା ଉଲ୍ଲେଖ କରି ନିଜର କଥା ରଖିଛନ୍ତି। ସେ କହିଛନ୍ତି ଯେ ଭାରତ ନିଜର ଶିକ୍ଷା ସଂସ୍ଥାଙ୍କ ଦ୍ୱାରା ଯୁବ ପ୍ରତିଭାଙ୍କ ଏକ ବିଶାଳ ଆଧାର ତିଆରି କରିଛି। ହେଲେ ଭାରତରେ ନୂଆ ଆବିଷ୍କାର ପାଇଁ ଏହାର ଲାଭ ନେବାକୁ ନୂଆଦିଲ୍ଲୀ ସମ୍ପୂର୍ଣ୍ଣ ଅସମର୍ଥ। ସେ କହିଛନ୍ତି ଆମେ ଅନେକ ଯୁବ ପ୍ରତିଭା ତିଆରି କରୁଛେ, ହେଲେ ଏମାନେ ଅପରିପକ୍ୱ। ଏହି ପ୍ରତିଭାମାନେ ଭାରତକୁ ନୁହେଁ ବିଶ୍ୱର ତମାମ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରୋଗ୍ରାମିଂ, ଆଇନ, ଉଦ୍ୟୋଗ, ଲଜିଷ୍ଟିକ୍ସ, ଇନୋଭେସନ ଓ ବ୍ୟାଙ୍କିଙ୍ଗରେ ସହଯୋଗ କରୁଛନ୍ତି।
ଏହି ପ୍ରତିଭାଙ୍କ ଦ୍ୱାରା ଭାରତ କୌଣସି ବୈଶ୍ୱିକ ପ୍ରଡକ୍ଟ ତିଆରିପାରିନି, ବରଂ ଏହି ପ୍ରତିଭାଙ୍କୁ ଉପଯୋଗ କରି ଅନ୍ୟର ସେବା କରିଛି। ନିଜ କଥାକୁ ପ୍ରମାଣିତ କରିବା ପାଇଁ ପିତ୍ରୋଡା କହିଛନ୍ତି ନା ଭାରତ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିପାରିଛି ନା ମାଇକ୍ରୋସଫ୍ଟ ଭଳି କୌଣସି ବଡ଼ କମ୍ପାନୀ ଗଢି ପାରିଛି। ଆମେ ଆମ ନିଜର ଅପରେଟିଂ ସିଷ୍ଟମ ମଧ୍ୟ ତିଆରି କରିପାରିନେ। ଦେଢଶହ କୋଟି ଜନସଂଖ୍ୟାର ଦେଶରେ ନିଜର ଅପରେଟିଂ ସିଷ୍ଟମ ନଥିବା ବାସ୍ତବିକ ଲଜ୍ଜାଜନକ। ଆମେ ସତରେ ଆମ ଯୁବ ପ୍ରତିଭାଙ୍କୁ ଅନ୍ୟର ସେବାରେ ଉପଯୋଗ କରିଛେ।
So after the TOPLESS act by Congress now comes chief advisor of Laskhkar E Congress – Sam Pitroda
Once again on agenda of Bashing Bharat
Uncle Sam mocks Bharat with liesSays Shame on India they haven’t developed even OS for mobiles
Clearly he hasn’t heard of
– BOSS… pic.twitter.com/6zLp7boHgH
— Shehzad Jai Hind (Modi Ka Parivar) (@Shehzad_Ind) February 22, 2026
ବରିଷ୍ଠ କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ପରେ ଶାସକ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି। ବିଜେପି ପକ୍ଷରୁ ମୁଖପାତ୍ର ଶହଜାଦ ପୁନାୱାଲା କହିଛନ୍ତି କଂଗ୍ରେସର ମୁଖ୍ୟ ପରାମର୍ଶଦାତା ପୁଣି ଥରେ ମିଛ କଥା କହି ଭାରତକୁ ଉପହସିତ କରିବାକୁ ଚେଷ୍ଟା କରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଏଆଇ ସମ୍ମିଟରେ କଂଗ୍ରେସର ଟପଲେସ୍ ଆକ୍ଟ ପରେ ମୁଖ୍ୟ ପରାମର୍ଶଦାତା ସାମ ପିତ୍ରୋଡା ଏବେ ମୈଦାନକୁ ଓହ୍ଲାଇଥିବା କହିଛନ୍ତି। ପୁଣି ଥରେ ଭାରତକୁ ବଦନାମ କରିବା ଏଜେଣ୍ଡା ହାତକୁ ନେଇଛନ୍ତି। ଅଙ୍କଲ ସାମ ମିଛ କହି ଭାରତକୁ ଲୋକହସା କରୁଛନ୍ତି। କହୁଛନ୍ତି ଭାରତ ନିଜ ପାଇଁ ଅପରେଟିଂ ସିଷ୍ଟମ ମଧ୍ୟ ବିକଶିତ କରିପାରିନି।
ସେ ପିତ୍ରୋଡାଙ୍କ ଟିପ୍ପଣୀକୁ ଖଣ୍ଡନ କରି ଭାରତରେ ବିକଶିତ ଅପରେଟିଂ ସିଷ୍ଟମ ବସ ଲିନକ୍ସ, ମାୟା ଓଏସ୍, ପ୍ରାଇମ ଓଏସ, ଭାରଓଏସ୍, ଇଣ୍ଡସ ଓଏସ ଏବଂ ଏନଏକ୍ସଟି କ୍ୱାଣ୍ଟମର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି କଂଗ୍ରେସର ଏକମାତ୍ର ମିସନ ମିଛ କହି ଦେଶକୁ ବଦନାମ କରିବା। ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁପିଆଇ, ଦେଶୀ ଟେକ୍ ଓ ଟେକ୍ନୋଲଜିର ଉଲ୍ଲେଖ କରି ପୁନାୱାଲା କହିଛନ୍ତି ଯେ ଭାରତକୁ କଂଗ୍ରେସ ଘୃଣା କରେ। ତେବେ ଏହା ପ୍ରଥମ ଥର ନୁହେଁ ସାମ ପିତ୍ରୋଡା କୌଣସି ବୟାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକବାର ପିତ୍ରୋଡାଙ୍କ ବୟାନ କଂଗ୍ରେସକୁ ଅସହଜ କରିଛି।
ଏହା ବି ପଡନ୍ତୁ:-୧୬ ବର୍ଷରୁ କମ ବୟର ପିଲାଙ୍କ ପାଇଁ ବ୍ୟାନ ହେବ ସ୍ମାର୍ଟଫୋନ; ଏହି ୩ ରାଜ୍ୟରେ ଚାଲିଛି ଆଲୋଚନା




