ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

ଢଳେଇ-ବେଳେ-ଗୋଟିଏ-କଡ଼କୁ-ଭୁଶୁଡି-ପଡ଼ିଲା-ବିଜୁ-ସେତୁ,-ଅବଧି-ସରିଥିଲେ-ବି-ସରିନି-କାମ

ଢଳେଇ ବେଳେ ଗୋଟିଏ କଡ଼କୁ ଭୁଶୁଡି ପଡ଼ିଲା ବିଜୁ ସେତୁ, ଅବଧି ସରିଥିଲେ ବି ସରିନି କାମ

Published By: Ruby – Prameya-News7 Bureau | February 22, 2026 04:47 PM

NEWS7

Baranga News

ବାରଙ୍ଗ ୨୨।୨: ଢଳେଇ ବେଳେ ଗୋଟିଏ କଡ଼ ଭୁଶୁଡି ପଡ଼ିଲା ନୟାପାଟଣା ଆମ୍ଭବରେଇ ବିଜୁ ସେତୁ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି ଶ୍ରମିକ । ବାରଙ୍ଗ ବ୍ଲକ୍ ପୁରୀ ମେନ୍ କେନାଲ ଉପରେ ଚାଲୁଥିଲା ସେତୁ କାମ । ତେବେ ଖରାପ ଓଲଡିଂ ପାଇଁ ଭାଙ୍ଗି ପଡିଥିଲା ତଳ ରଡ୍ ।

ଏ ଖବର ବି ପଢ଼ନ୍ତୁ:- ବିଜେପି ଘୋଡା ବେପାରରେ ସଫଳ ହେବନି, ଆମେ ଘୋଡା ବେପାର କରୁନଥିଲୁ

ସୂଚନାଯୋଗ୍ୟ ଯେ, ଜୁନ୍ ୨୦୨୩ରେ ଆରମ୍ଭ ହୋଇଥିଲା ସେତୁ କାମ । ଅବଧି ସରିଯାଇଥିଲେ ମଧ୍ୟ କାମ ସରୁନାହିଁ । ସକାଳୁ ଢଳେଇ କାମ ଆରମ୍ଭ ହୋଇଥିଲା । କଂକ୍ରିଟ ଢଳା ଚାଲୁଥିଲା ବେଳେ ଦିନ ପ୍ରାୟ ୧୧ଟା ବେଳେ ଗୋଟିଏ କଡ଼ ଭୁଶୁଡି ପଡିଥିଲା । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଏହି ସେତୁ କାର୍ଯ୍ୟ ଗ୍ରାମ ଉନ୍ନୟନ ବିଭାଗ-୨ ଅଧୀନରେ ଚାଲୁଛି ।

Scroll to Top