ବିବାହ ବନ୍ଧନରେ ବାନ୍ଧି ହେଲେ ଶିଖର ଧାୱନ ଓ ସୋଫି ସାଇନି: କ’ଣ କରନ୍ତି ଧାୱନଙ୍କ ପତ୍ନୀ ?

ବିବାହ-ବନ୍ଧନରେ-ବାନ୍ଧି-ହେଲେ-ଶିଖର-ଧାୱନ-ଓ-ସୋଫି-ସାଇନି:-କ’ଣ-କରନ୍ତି-ଧାୱନଙ୍କ-ପତ୍ନୀ-?

ନୂଆଦିଲ୍ଲୀ: Shikhar Dhawan Ties Knot With Sophie Shine, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଶିଖର ଧାୱନ ଏବଂ ସୋଫି ସାଇନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଧାୱନ ଏବଂ ସୋଫିଙ୍କ ବିବାହ ବିଷୟରେ କିଛି ଦିନ ଧରି ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ଚାଲିଥିଲା। ଶନିବାର ଦୁହିଁଙ୍କର ବିବାହ ଫଟୋ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚାରେ ଯବନୀକା ପଡ଼ିଛି। ଏହି ବିବାହ କେବଳ କିଛି ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା। ଭାରତର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଧାୱନଙ୍କ ବିବାହରେ ଯୋଗ ଦେଇଥିଲେ। ଏବଂ ବରଯାତ୍ରୀ ଯାଇ ଧୁମ୍ ନାଚିଥିଲେ। ଚହଲ ନାଚୁଥିବାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଶେୟାର କରି ଧାୱଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

Love is in the air! ❤️🏏

Huge congratulations to Shikhar Dhawan on tying the knot!

Wishing Gabbar a lifetime of happiness, laughter, and beautiful new beginnings. 💍✨

Drop your wishes for him below! 👇💛 pic.twitter.com/UnFcrZ3LUb

— Manni (@ThadhaniManish_) February 21, 2026

ଶିଖର ଧାୱନ ଏବଂ ସୋଫିଙ୍କ ବିବାହ କଥା ଗତ ସପ୍ତାହ ଧରି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେମାନଙ୍କର ସଙ୍ଗୀତ ଏବଂ ମେହେନ୍ଦି ଉତ୍ସବ ଫଟୋଗୁଡ଼ିକ ଗଣମାଧ୍ୟମରେ ଖବର ପାଲଟିଥିଲା। ଏବେ ଚହଲ ସୋସିଆଲ୍ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ଧାୱନ ଓ ସୋଫୀ ବିବାହ ମଣ୍ଡପରେ ବରକନ୍ୟା ବେଷରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏଥିରେ କ୍ୟାପସନ ଦେଇ ଚହଲ ଲେଖିଛନ୍ତି ମେରି ୟାର୍ କି ଶାଦୀ ହେ।

କିଏ ହି ଶୋଫୀ ଶାଇନୀ?

ଶିଖରଙ୍କ ପତ୍ନୀ ସୋଫି ସାଇନଙ୍କ ଘର ଆୟରଲ୍ୟାଣ୍ଡରେ। ସେ ଜଣେ ପ୍ରଡକ୍ଟ କନସଲଣ୍ଟାଣ୍ଟ। ସେ ଧାୱନଙ୍କଠାରୁ ପାଞ୍ଚ ବର୍ଷ ସାନ। ଶିଖରଙ୍କ ବୟସ ୪୦ ହୋଇଥିବା ବେଳେ ସୋଫିଙ୍କ ବୟସ ୩୫ ବର୍ଷ। ସୋଫି ଆୟରଲ୍ୟାଣ୍ଡରେ ଶିକ୍ଷା ଲାଭ କରିଥିଲେ। ସ୍କୁଲ ପରେ,ସେ ଲିମେରିକ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ କ୍ୟାସଲରୟ କଲେଜରୁ ଉଚ୍ଚଶିକ୍ଷାରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ପାଠପଢ଼ା ସମାପ୍ତ କରିବା ପରେ,ସୋଫି କର୍ପୋରେଟ୍ ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ।

​​​​​​​

ସୋଫି ଜଣେ ଆଇରିଶ ପ୍ରଡକ୍ଟ କନସଲଣ୍ଟାଣ୍ଟ ଭାବରେ କର୍ପୋରେଟ୍ ଜଗତରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ ଆବୁଧାବିର ନର୍ଦର୍ଣ୍ଣ ଟ୍ରଷ୍ଟ କର୍ପୋରେସନରେ ଦ୍ୱିତୀୟ ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିବା କୁହାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ,ସୋଫି ବର୍ତ୍ତମାନ ଦା ୱାନ୍ ସ୍ପୋର୍ଟସର ସିଓଓ ଭାବେ କାର୍ଯ୍ୟରତ। ତାଙ୍କର ନେଟ୍ ସମ୍ପତ୍ତି ଶିଖର ଧାୱନଙ୍କ ତୁଳନାରେ ଯଥେଷ୍ଟ କମ୍। ରିପୋର୍ଟ ଅନୁସାରେ ସୋଫିଙ୍କ ମୋଟ ସମ୍ପତ୍ତି ପ୍ରାୟ୨ କୋଟି ହେବ ବୋଲି ଆକଳନ କରାଯାଇଛି।

​​​​​​​

୨୦୨୩ ଶେଷରେ ସୋଫି ଏବଂ ଶିଖର ଧାୱନ ପରସ୍ପରକୁ ଭେଟିଥିଲେ। ରିପୋର୍ଟ ଅନୁସାରେ,ଦୁବାଇର ଏକ ରେଷ୍ଟୁରାଣ୍ଟରେ ଉଭୟଙ୍କ ଦେଖା ହୋଇଥିଲା। ଧୀରେ ଧୀରେ ସେମାନେ ନିକଟତର ହେଲେ ଏବଂ ଗତ ବର୍ଷ ଶିଖର ଧାୱନ ତାଙ୍କ ମହିଳା ପ୍ରେମିକାକୁ ଦୁନିଆ ସାମ୍ନାରେ ପରିଚିତ କରାଇଥିଲେ। ସୋଫି ଏବଂ ଧାୱନ ବହୁତ ଦିନ ଧରି ଡେଟିଂ କରୁଥିଲେ। ଏବଂ ଏହି ବର୍ଷ ଜାନୁଆରୀରେ ଉଭୟର ନିର୍ବନ୍ଧ ହୋଇଥିଲା। ଏବେ,ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

​​​​​​​

ଏହା ଶିଖରଙ୍କ ଧାୱନ ଦ୍ୱିତୀୟ ବିବାହ। ସେ ପୂର୍ବରୁ ୨୦୧୨ ମସିହାରେ ତାଙ୍କଠାରୁ ୧୦ ବର୍ଷ ବଡ଼ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୨୦୨୩ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ଧାୱନଙ୍କର ଆୟେଶାଙ୍କ ସହିତ ଏକ ସନ୍ତାନ ଅଛି,ଯାହାର ନାମ ଜୋରାଭର। ତଥାପି,ଧାୱନ ଏବେ ତାଙ୍କ ଜୀବନରେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି।

Scroll to Top