ମାଟ୍ରିକ୍ ପରୀକ୍ଷାର ଥିଲା ଇଂରାଜୀ ବିଷୟ, ଦୁଇ ଦିବ୍ୟାଙ୍ଗଙ୍କ ପାଇଁ ଲେଖିଲେ ଅନ୍ୟଛାତ୍ରୀ

ମାଟ୍ରିକ୍-ପରୀକ୍ଷାର-ଥିଲା-ଇଂରାଜୀ-ବିଷୟ,-ଦୁଇ-ଦିବ୍ୟାଙ୍ଗଙ୍କ-ପାଇଁ-ଲେଖିଲେ-ଅନ୍ୟଛାତ୍ରୀ

ମାଟ୍ରିକ୍ ପରୀକ୍ଷାର ଥିଲା ଇଂରାଜୀ ବିଷୟ, ଦୁଇ ଦିବ୍ୟାଙ୍ଗଙ୍କ ପାଇଁ ଲେଖିଲେ ଅନ୍ୟଛାତ୍ରୀ

ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଚି ମାଟ୍ରିକ୍ ପରୀକ୍ଷା । ଦୁଇ ଦିବ୍ୟାଙ୍ଗ କେମିତି ଦେଲେ ଇଂରାଜୀ ପରୀକ୍ଷା ?

Published By: Prativa – Prameya-News7 Bureau | February 21, 2026 01:04 PM

NEWS7

disabled matric student

ଭୁବନ ୨୧/୦୨: ମାଟ୍ରିକ ବୋର୍ଡ ପରୀକ୍ଷାର ଦ୍ବିତୀୟ ବିଷୟ । ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୩୦୮୨ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ସକାଳ ୯ଟାରୁ ଆରମ୍ଭ ହୋଇଛି ପରୀକ୍ଷା । ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ବଡ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଛି । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି ।

ସେହିଭଳି ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ହୋଇଛି ଏଗାରଟି ସେଣ୍ଟର । ସେଥିମଧ୍ୟରୁ ନୂଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି ଦୁଇ ଦିବ୍ୟାଙ୍ଗ ଛାତ୍ରୀ । ତେବେ ଯେହେତୁ ସେମାନେ ଦିବ୍ୟାଙ୍ଗ, ସେମାନଙ୍କ ପାଇଁ ପରୀକ୍ଷା ଦେଉଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ମୃତିରେଖା ସାହୁ ଓ ମହୁଲପାଳ ଗ୍ରାମର ଜ୍ୟୋର୍ତିମୟୀ ଓଝା । ଦଶମ ଶ୍ରେଣୀ ପରିକ୍ଷାର ଆଜି ଇଂରାଜୀ ପ୍ରଶ୍ନପତ୍ରରେ ଏମାନେ ପରୀକ୍ଷା ଦେଇଥିଲେ ।

also read…

ମାଟ୍ରିକ ପରୀକ୍ଷାର ଦ୍ବିତୀୟ ବିଷୟ, ସିସିଟିଭି ସର୍ଭେଲାନ୍ସରେ ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ର

Scroll to Top