କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ରେ ମିଳିବ ମଦ, ମନ୍ତ୍ରୀ କହିଲେ- ପରିବେଶ ସୁରକ୍ଷା ପାଇଁ ଅନୁକୂଳ
କାଚ ବୋତଲରେ ବଦଳରେ ଫ୍ରୁଟି ପ୍ୟାକ୍ ଭଳି ମୋଟା କାଗଜ ଖୋଳରେ ମିଳିବ ମଦ । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ । ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଛି ।
Published By: Ruby – Prameya-News7 Bureau | February 21, 2026 12:57 PM
NEWS7
ଭୁବନେଶ୍ବର ୨୧।୨: ଏଣିକି ଟେଟ୍ରା ପ୍ୟାକ୍ରେ ମିଳିବ ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ର ବ୍ୟବହାର କରାଯିବ । ବିଧାନସଭାରେ ଉତ୍ତର ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତନ କରାଯିବ । ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି, ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ମଧ୍ୟ ଅଟେ । ଏହା ସହିତ, ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତି ମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲି) ପାଇଁ ଉତ୍ସାହିତ କରୁଛି ।
ଏ ଖବର ବି ପଢ଼ନ୍ତୁ:- ୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?
ବିଧାନସଭାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।




