ଧସିଲା କୋଲାବ ପୋଲ : ଯାତାୟତ ଠପ୍, ଭୟଭୀତ ଲୋକେ
Published By: Kirti – Prameya-News7 Bureau | February 21, 2026 10:27 AM
NEWS7
ଜୟପୁର ୨୧।୦୨: ଧସିଲା ପୋଲ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ସଂଯୋଗ କରୁଥିବା ପୋଲ ଭାଙ୍ଗିଯାଇଛି । ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟତ ଠପ ରହିଛି ।
ଏ ଖବର ବି ପଢନ୍ତୁ:- ଟ୍ରକ ପଛରେ ପିଟି ହେଲା କାର୍, ଚାଲିଗଲା ୨ ଜୀବନ
ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ପଟ୍ରାଗୁଡ଼ା ଠାରୁ କଲାଗୁଡ଼ାକୁ ସଂଯୋଗ କରୁଛି ଏକ ପୋଲ । ହେଲେ ହଠାତ୍ ଶନିବାର ଦିନ ପୋଲଟି ଦବିଯାଇଛି । କୋଲାବ ନାଳ ଉପରେ ନିର୍ମିତ ପୋଲ ବହୁ ପୁରୁଣା । ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଏପରି ଅବସ୍ଥା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ପୋଲ ଦବିବା ଯୋଗୁ ଉକ୍ତ ରାସ୍ତାରେ ଯାତାୟତ ଠପ୍ ରହିଛି । ପ୍ରଶାସନ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।
ଏ ଖବର ବି ପଢନ୍ତୁ:- ୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ସେବାୟତ ବିବାଦରୁ ଥିଲା ବନ୍ଦ




