ଟ୍ରମ୍ପଙ୍କ ଧମକର ଜବାବ ଦେଲେ ପୁଟିନ, ଇରାନ ସହିତ ଆସିଲା ଋଷିଆ ସ୍ପେଶାଲ ଫୋର୍ସ, ଅଲବନ୍ଦ ଡେଷ୍ଟ୍ରୟରର ହେଲା ଏଣ୍ଟ୍ରି

ଟ୍ରମ୍ପଙ୍କ-ଧମକର-ଜବାବ-ଦେଲେ-ପୁଟିନ,-ଇରାନ-ସହିତ-ଆସିଲା-ଋଷିଆ-ସ୍ପେଶାଲ-ଫୋର୍ସ,-ଅଲବନ୍ଦ-ଡେଷ୍ଟ୍ରୟରର-ହେଲା-ଏଣ୍ଟ୍ରି

ନୂଆଦିଲ୍ଲୀ ୨୦।୨: ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧ ମୁହାଁ। ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଏବେ ସେହି ସୀମାକୁ ପହଞ୍ଚି ଯାଇଛି ଯେଉଁଠୁ ସେମାନେ ଫେରିବାର ରାସ୍ତା ଏବେ କଠିନ ଅନୁମାନ କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ୧୫ ଦିନିଆ ଅଲ୍ଟିମେଟମର ଜବାବରେ ଇରାନ ନିଜର ସୈନ୍ୟ ବଳ ପ୍ରଦର୍ଶନ କରୁଛି। ଋଷିଆ ସହିତ ମିଶି ଇରାନ ହୀନ୍ଦ ମହାସାଗର ଏବଂ ଓମାନ ଉପସାଗରରେ ଏକ ଜଏଣ୍ଟ ଡ୍ରିଲ ଆରମ୍ଭ କରିଛି। ଏହାକୁ ଏବେ ଟ୍ରମ୍ପଙ୍କ ଧମକର ସିଧା ଓ ପ୍ରଳୟଙ୍କର ଜବାବ ମନେ କରାଯାଉଛି।

ଇରାନ ସେନା ୱେବସାଇଟ ଅନୁସାରେ ଏହି ସମରାଭ୍ୟାସରେ ଇରାନ ନୌସେନା ଓ ଋଷିଆ ସ୍ପେଶାଲ ଅପରେସନ ଟିମ୍ ମିଳିତ କାମ କରୁଛନ୍ତି। ଏହି ସମରାଭ୍ୟାସରେ ଇରାନ ତାର ସବୁଠୁ ଶକ୍ତିଶାଳୀ ବିଧ୍ୱଂସକ ‘ଅଲବନ୍ଦ ଡେଷ୍ଟ୍ରୟର’କୁ ମୁତୟନ କରିଛି। ସମରାଭ୍ୟାସରେ ମିଜାଇଲ ଲଞ୍ଚ କରୁଥିବା ଯୁଦ୍ଧ ଜାହାଜ, ହେଲିକପ୍ଟର ଲ୍ୟାଣ୍ଡିଂ କ୍ରାଫ୍ଟ ଓ କମ୍ବାଟ ସ୍ପିଡ ବୋଟର ବ୍ୟାପକ ଉପଯୋଗ କରାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁଇ ଦେଶର ସେନା ଏକ ଅପହୃତ ଜାହାଜ ଛଡାଇବା ପାଇଁ ସଫଳ ଅପରେସନ କରି ନିଜ ପ୍ରସ୍ତୁତିକୁ ଦୃଢ କରିଛନ୍ତି। ଏହି ଯୁଦ୍ଧାଭ୍ୟାସ ହରମୁଜ ପାସ୍ ନିକଟରେ ହୋଇଛି, ଯାହାକୁ ବୈଶ୍ୱିକ ତୈଳ ଯୋଗାଣର ଲାଇଫଲାଇନ କୁହାଯାଉଛି।

ଆମେରିକା ଓ ଇରାନ ଉତ୍ତେଜନା ସେତେବେଳେ ବଢିଗଲା ଯେତେବେଳେ ଏୟାଫୋର୍ସ-୧ରେ ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ ଇରାନ ନିକଟରେ ପରମାଣୁ କାର୍ଯ୍ୟକ୍ରମ ପାଇଁ ବୁଝାମଣା କରିବା ଲାଗି ମାତ୍ର ୧୦-୧୫ ଦିନ ସମୟ ଅଛି ବୋଲି କହିଥିଲେ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ଯଦି ସମୟ ସୀମା ସମାପ୍ତ ହୋଇଯାଏ ତେବେ ଏହା ବହୁତ ଖରାପ ହେବ। ଟ୍ରମ୍ପଙ୍କ ଏହି ଅଲ୍ଟିମେଟମ ପରେ ଇରାନ ଏବେ ଋଷିଆ ସହ ମିଶି ସମରାଭ୍ୟାସ ଚଳାଇଛି। ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ନିଜର ଜବାବୀ କାର୍ଯ୍ୟାନୁଷ୍ଠାନରେ ସୈନ୍ୟ ଉପସ୍ଥିତିକୁ ଆହୁରି ମଜଭୁତ କରିଛି। ବିଶ୍ୱର ସର୍ବ ବୃହତ୍ତ ଏୟାରକ୍ରାଫ୍ଟ କ୍ୟାରିୟର ୟୁଏସଏସ ଜେରାଡ ଆର.ଫୋର୍ଡକୁ ମଧ୍ୟପ୍ରାଚ୍ୟରେ ମୁତୟନ କରିଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଯଦି ପରମାଣୁ ବାର୍ତ୍ତା ବିଫଳ ହୁଏ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଯୁଦ୍ଧ ଆଶଙ୍କା ୯୦% ବଢିଯିବ। ଏଥି ପାଇଁ ଆମେରିକା ଓ ଇସ୍ରାଏଲ ମିଳିତ ଇରାନର ନ୍ୟୁକ୍ଲିୟର ଆଡ୍ଡା ଓ ନେତୃତ୍ୱ ଉପରେ ଟାର୍ଗେଟ୍ କରିବା ପାଇଁ ଯୋଜନା କରୁଛନ୍ତି। ଏଥିରେ ଋଷିଆ ଓ ଚୀନ୍ ର ସମର୍ଥନ ଇରାନକୁ ଏହି ସଂକଟରେ ବେଶ୍ ଦୃଢତା ଦେଉଛି।

ଏହା ବି ପଢନ୍ତୁ:-‘ପରମାଣୁ ହତିଆର ରଖିବାକୁ ଦେବୁ ନାହିଁ…’, ଇରାନକୁ ୧୦ ଦିନ ମହଲତ ଦେଲେ ଟ୍ରମ୍ପ

Scroll to Top