ଫୁଟବଲ୍ ଖେଳିବା ବେଳେ ଅଚେତ ହୋଇପଡ଼ିଲେ ସାଂସଦ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର; ପିଏମ୍-ସିଏମ୍‌ଙ୍କ ଶୋକ

ଫୁଟବଲ୍-ଖେଳିବା-ବେଳେ-ଅଚେତ-ହୋଇପଡ଼ିଲେ-ସାଂସଦ,-ହସ୍ପିଟାଲରେ-ମୃତ-ଘୋଷଣା-କଲେ-ଡାକ୍ତର;-ପିଏମ୍-ସିଏମ୍‌ଙ୍କ-ଶୋକ

ନୂଆଦିଲ୍ଲୀ: ମେଘାଳୟର ରାଜଧାନୀ ଶିଲଂର ଲୋକସଭା ସାଂସଦ ରିକି ଏଜେ ସିଙ୍ଗକନଙ୍କ ପରଲୋକ ହୋଇଛି । ତାଙ୍କର ମୃତ୍ୟରେ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି । ରିକି ଏଜେ ସିଙ୍ଗକନ୍ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ହୃଦଘାତର ଶିକାର ହୋଇ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ ।

ଖବର ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଶିଲଂ ନିକଟସ୍ଥ ମାୱଲାଇ ମାୱିଓଙ୍ଗ ଅଞ୍ଚଳର ଏକ ପଡ଼ିଆରେ ରିକି ଏଜେ ସିଙ୍କନ୍ ଫୁଟବଲ୍ ଖେଳୁଥିଲେ । ଖେଳ ସମୟରେ ସେ ହଠାତ୍ ଅଚେତ ହୋଇ ପଡ଼ିଗଲେ । ତୁରନ୍ତ ତାଙ୍କୁ ମାୱିଓଙ୍ଗ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)କୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ନ ଥିବାରୁ ତାଙ୍କୁ ତୁରନ୍ତ ଜୟାଉର ଡକ୍ଟର ଏଚ୍. ଗୋର୍ଡନ୍ ରବର୍ଟସ୍ ହସ୍ପିଟାଲକୁ ନିଆଯାଇଥିଲା ।

Saddened by the passing of Lok Sabha MP from Shillong, Dr. Ricky AJ Syngkon. He will be remembered for his dedicated service to the people of Meghalaya. My thoughts are with his family, friends and supporters during this difficult time. May his soul rest in peace.

— Narendra Modi (@narendramodi) February 20, 2026

ରିପୋର୍ଟ ଅନୁଯାୟୀ, ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ ରାତି ପ୍ରାୟ ୮ଟା ୪୨ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, “ଶିଲଂର ଲୋକସଭା ସାଂସଦ ଡକ୍ଟର ରିକି ଏ.ଜେ.ସିଙ୍ଗକନଙ୍କ ମୃତ୍ୟୁରେ ଗଭୀର ଦୁଃଖ ଅନୁଭବ କରୁଛି । ମେଘାଳୟର ଲୋକଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ । ଏହି କଷ୍ଟକର ସମୟରେ ତାଙ୍କ ପରିବାର, ବନ୍ଧୁ ଏବଂ ସମର୍ଥକଙ୍କ ସହିତ ମୋର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”

ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ମଧ୍ୟ ସାଂସଦ ସିଙ୍ଗକନଙ୍କ ପରଲୋକ ଖବର ପାଇ ଶୋକ ପ୍ରକାଶ କରିଛନ୍ତି । ଡକ୍ଟର ରିକି ଆଣ୍ଡ୍ରୁ ଜେ. ସିଙ୍ଗକନ ୧୮ତମ ଲୋକସଭା (୨୦୨୪-୨୦୨୬)ରେ ଶିଲଂ ନିର୍ବାଚନମଣ୍ଡଳୀରୁ ସାଂସଦ ଥିଲେ । ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି (ଭିପିପି)ର ସାଧାରଣ ସମ୍ପାଦକ ୨୦୨୪ ନିର୍ବାଚନରେ କଂଗ୍ରେସ ଦଳର ତିନିଥର ସାଂସଦଙ୍କୁ ପରାସ୍ତ କରିଥିଲେ ।

Scroll to Top