ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମୋହନ; କହିଲେ, ଧାଡ଼ିଏ କହି ଖସିଯିବା ନେତା ମୁଁ ନୁହେଁ

ବିଧାନସଭା-ଗୃହରେ-ନବୀନଙ୍କୁ-ପରୋକ୍ଷରେ-ଟାର୍ଗେଟ-କଲେ-ମୋହନ;-କହିଲେ,-ଧାଡ଼ିଏ-କହି-ଖସିଯିବା-ନେତା-ମୁଁ-ନୁହେଁ

ବିଧାନସଭା ଗୃହରେ ନବୀନଙ୍କୁ ପରୋକ୍ଷରେ ଟାର୍ଗେଟ କଲେ ମୋହନ; କହିଲେ, ଧାଡ଼ିଏ କହି ଖସିଯିବା ନେତା ମୁଁ ନୁହେଁ

ଚାଷୀ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଁ ପଳାୟନ ପନ୍ଥି ନୁହଁ, ଘରେ କି ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Published By: abinash – Prameya-News7 Bureau | February 19, 2026 06:37 PM

NEWS7

Chief Minister Mohan Charan Majhi
representational image

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଁ ପଳାୟନ ପନ୍ଥି ନୁହଁ, ଘରେ କି ସଚିବାଳୟ ପାହାଚରେ ଧାଡ଼ିକିଆ ଉତ୍ତର ଦେଇ ଖସିଯିବା ରାଜନେତା ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କୁ ଟାର୍ଗେଟ୍ କରି ମୋହନ ଆହୁରି କହିଛନ୍ତି ଯେ ମୁଁ ଦେଖିବାରେ ବିଗତ ୨୪ ବର୍ଷରେ ଗଣମାଧ୍ୟମ ପାଇଁ କେବେ ପୂର୍ବ ସରକାର ଖୋଲା ମଞ୍ଚରେ ଉତ୍ତର ଦେଇ ନାହାନ୍ତି। ମୁଁ ଖୋଲା ସାମ୍ବାଦିକ ସମ୍ବିଳିନୀରେ ସବୁ ଉତ୍ତର ରଖିଥିଲି ଏଠି ସରକାର ଉତ୍ତର ଦେବାକୁ ପ୍ରସ୍ତୁତ ହେଲେ ବିରୋଧୀ ଛତ୍ର ଭଙ୍ଗ ଦେଉଛନ୍ତି। କଂଗ୍ରେସ ବିଧାୟକଙ୍କ ଗୃହ ତ୍ୟାଗ କରିବା କ୍ଷଣି ତାଙ୍କ ପଛେ ପଛେ ବାହାରକୁ ଚାଲିଯିବା ପାଇଁ ବୋଧେ ବିଜେଡି ମୁଖିଆ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀଙ୍କୁ ନେଇ ବିରୋଧ କଲେ। ହେଲେ ପଳାୟନ ପନ୍ଥି ସାଝିଲେ। ଯାହା ପାଇଁ ଲୋକେ ତାଙ୍କୁ ଆଜି ବଙ୍ଗୋପସାଗରରେ ଫୋପାଡ଼ି ଦେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବିଧାନସଭାରୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଧାନକିଣାରେ ବିଭ୍ରାଟ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଯେଉଁମାନେ ଏପରି ସମସ୍ୟା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବିଧାନସବାରୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ୨୪ ବର୍ଷ ସରକାରରେ ଇକୋ ସିଷ୍ଟମ ଆକ୍ଟିଭ ଅଛି। ଧାନ କିଣାରେ କରୁଛନ୍ତି ବ୍ରିଭାଟ। ସେମାନଙ୍କୁ ମୁଁ ଚେତାବନୀ ଦେଉଛି ସୁଧୁରି ଯାଅ। ଏହା ମୋର ପରାମର୍ଶ ନହେଲେ ଚେତାବନୀ ବୋଲି ଭାବିପାର। ସରକାର ଚାଷୀଙ୍କୁ ନ୍ୟାୟ ଦେବାକୁ ଆକ୍ସନ ମୋଡକୁ ଯିବାକୁ ପଛେଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିବୃତ୍ତି ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ।

Scroll to Top