ଚାଷୀ ମାରଣାନୀତି ପ୍ରସଙ୍ଗରେ ବିଧାନସଭା ଅଚଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଚାଷୀ-ମାରଣାନୀତି-ପ୍ରସଙ୍ଗରେ-ବିଧାନସଭା-ଅଚଳ,-ସାଢ଼େ-୧୧ଟା-ଯାଏଁ-ଗୃହ-ମୁଲତବୀ

ଚାଷୀ ମାରଣାନୀତି ପ୍ରସଙ୍ଗରେ ବିଧାନସଭା ଅଚଳ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

Published By: Ruby – Prameya-News7 Bureau | February 19, 2026 10:48 AM

NEWS7

Odisha Assembly

ଭୁବନେଶ୍ବର ୧୯।୨: ଚାଲିପାରୁନି ଗୃହ । ତୃତୀୟ ଦିନରେ ବି ଅଚଳ ବିଧାନସଭା । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଚାଷୀ ମାରଣାନୀତି, ମଣ୍ଡି ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା । ଚାଲିପାରିଲାନି ପ୍ରଶ୍ନକାଳ । ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟ ଗୃହରେ ହୋହଲ୍ଲା ଓ ନାରାବାଜି କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବିରୋଧୀ ସଦସ୍ୟ ନାରାବାଜି କରିଛନ୍ତି । ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।

Scroll to Top