Published By: Deepak – Prameya-News7 Bureau | February 17, 2026 05:40 PM
NEWS7
ପାଲ୍ଲେକେଲେ: ଟି-୨୦ ବିଶ୍ଵକପ୍ ୨୦୨୬ରେ ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ମିଳିଛି। ଏଥିସହ ୫ ପଏଣ୍ଟ ପାଇ ସପ୍ତମ ଦଳ ଭାବେ ଚଳିତ ଟି-୨୦ ବିଶ୍ଵକପର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜିମ୍ବାଓ୍ଵେ। ଅନ୍ୟପଟେ ବର୍ଷା ଅଷ୍ଟ୍ରେଲିଆ ଦଳର ସ୍ଵପ୍ନକୁ ଭାଙ୍ଗି ଚୂରମାର କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମ୍ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଛି। ଯଦି ଆଜିର ମ୍ୟାଚ୍ ଆୟରଲାଣ୍ଡ ଜିତିଥାନ୍ତା ତେବେ ଅଷ୍ଟ୍ରେଲିଆର ସୁପର-୮କୁ ଯିବା ଆଶା ଉଜ୍ଜିବୀତ ରହିଥାନ୍ତା।
ସିକନ୍ଦର ରଜାଙ୍କ ନେତୃତ୍ଵାଧୀନ ଜିମ୍ବାଓ୍ଵେ ଟିମ ଟି-୨୦ ବିଶ୍ଵକପ୍ ୨୦୨୬ରେ ଐତିହାସିକ ଉପଲବ୍ଧି ହାସଲ କରିଛି। ଜିମ୍ବାଓ୍ଵେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସୁପର-୮ରେ ପ୍ରବେଶ କରିଛି। ପାଲ୍ଲେକେଲେରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହେବାରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଜିମ୍ବାଓ୍ଵେ। ମଙ୍ଗଳବାର ଜିମ୍ବାଓ୍ଵେ ବନାମ ଆୟରଲାଣ୍ଡ ଗ୍ରୁପ ବିର ମ୍ୟାଚ୍ ବର୍ଷା କାରଣରୁ ଟସ୍ ବି ପଡ଼ି ପାରି ନ ଥିଲା। ଦୁଇ ଦଳକୁ ଏକ ଏକ ପଏଣ୍ଟ ମିଳିଛି। ଜିମ୍ବାଓ୍ଵେ ଗ୍ରୁପ ବିରୁ ସୁପର-୮ରେ ପହଞ୍ଚିବାରେ ଦ୍ଵିତୀୟ ଟିମ୍। ଦଳ ତିନୋଟି ମ୍ୟାଚରୁ ୫ ପଏଣ୍ଟ ପାଇଛି। ଏହି ଗ୍ରୁପର ସହ ଆୟୋଜକ ଶ୍ରୀଲଙ୍କା ୩ ମ୍ୟାଚରୁ ୬ ପଏଣ୍ଟ ପାଇ ପୂର୍ବରୁ ସୁପର-୮ରେ ପହଞ୍ଚି ସାରିଛି। ଆୟରଲାଣ୍ଡ ସହିତ ଅଷ୍ଟ୍ରେଲିଆର ମଧ୍ୟ ସୁପର-୮ ଆଶା ଧୂଳିସାତ ହୋଇଛି।
Updating…




