ମହାଶିବରାତ୍ରିରେ ଶୈବପୀଠରେ ଭକ୍ତଙ୍କୁ ଅସୁବିଧା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେଡି ମୁଖପାତ୍ର

ମହାଶିବରାତ୍ରିରେ-ଶୈବପୀଠରେ-ଭକ୍ତଙ୍କୁ-ଅସୁବିଧା-ଓଡ଼ିଶାକୁ-ନିନ୍ଦିତ-କରିଛି:-ବିଜେଡି-ମୁଖପାତ୍ର

ମହାଶିବରାତ୍ରିରେ ଶୈବପୀଠରେ ଭକ୍ତଙ୍କୁ ଅସୁବିଧା ଓଡ଼ିଶାକୁ ନିନ୍ଦିତ କରିଛି: ବିଜେଡି ମୁଖପାତ୍ର

Published By: Chikun – Prameya-News7 Bureau | February 16, 2026 08:37 PM

NEWS7

Mahashivaratri Lenin Mohanty

ଭୁବନେଶ୍ବର: ମହାଶିବରାତ୍ରିରେ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ଆଣି ସରକାରଙ୍କୁ ଘେରିଲା ବିଜେଡି। ସୋମବାର ବିଜେଡି ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି।

ବିଜେଡି ମୁଖପାତ୍ର କହିଛନ୍ତି ‘‘ଚଳିତ ବର୍ଷ ଶିବରାତ୍ରିରେ ଭକ୍ତ ନିରାଶ ହୋଇଛନ୍ତି । କେବଳ ଲିଙ୍ଗରାଜ ମନ୍ଦିର ନୁହେଁ ବରଂ ରାଜ୍ୟର ବହୁ ଶୈବ ପୀଠରୁ ବହୁ ଅସୁବିଧା ଖବର ଆସିଛି । କେଉଁଠି ସେବାୟତ ସମସ୍ୟା ତ କେଉଁଠି ଭକ୍ତଙ୍କୁ ଦର୍ଶନ ପାଇଁ ହଇରାଣ ହେବାକୁ ପଡ଼ିଥିଲା। ଏହା ସହ ମହାଶିବରାତ୍ରିରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ତରବରିଆ ଭାବେ ଉଠାଇବା, ସେବାୟତ ପୋଲିସ ମଧ୍ୟରେ ଗଣ୍ଡଗୋଳ, ଲମ୍ବା ଲାଇନରେ ଛିଡ଼ା ହୋଇ ଦର୍ଶନ ପାଇଁ ଭକ୍ତ ନିରାଶ ଓ ମାଳ ମାଳ ଭିଆଇପି ପାସ ବଣ୍ଟନ ଘଟଣା ଓଡ଼ିଶାକୁ ନିନ୍ଦିତ କରିଛି। ସବୁ ଜାଗାରେ ପ୍ରଶାସନିକ ଅବ୍ୟବସ୍ଥା ନଜରକୁ ଆସିଛି।’’ ବାହାର ରାଜ୍ୟର ଭକ୍ତ ମଧ୍ୟ ରାଜ୍ୟ ସରକାର ଓ ପ୍ରଶାସନକୁ ଦାୟୀ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

Scroll to Top