କେରବେଡାରେ ଦୁଇଜଣଙ୍କ ମୃତ୍ୟୁ ପରେ ଗାଁରେ କୋକୁଆ ଭୟ, ଘଟଣାସ୍ଥଳରେ ଡାକ୍ତରୀ ଟିମ
Published By : Prameya-News7 Bureau | August 15, 2025 IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେରବେଡା ଗ୍ରାମରେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ କୋକୁଆ ଭୟ ଖେଳି ଯାଇଛି। ଜ୍ଵର ହୋଇ ଘରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଝାଡାରେ ଆକ୍ରାନ୍ତ ହୋଇ ବଲାଙ୍ଗିରରେ ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁ ହୋଇଥଲା।

ଗୋଟିଏ ଗାଁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଠି ହେବା ସହିତ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି। ଖବର ପାଇ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ ଗ୍ରାମରେ ପହଞ୍ଚି ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ବସ୍ଥା ଯାଞ୍ଚ କରିଛନ୍ତି। ଏହା ସହିତ ସଚେତନ କରି ଓଆରଏସ ବାଣ୍ଟିଛନ୍ତି ଏବଂ ପାଣି ନମୂନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଗ୍ରାମରେ କୌଣସି ସକ୍ରିୟ ରୋଗୀ ନ ଥିବା ସୂଚନା ଦେଇଛନ୍ତି ଡାକ୍ତରୀ ଟିମ।
Also read: କୁକୁର ଭୟରେ ଗାଁରେ ସ୍ବାଧୀନତା ଦିବସ ପରେଡ ବନ୍ଦ, କେବଳ ଉତ୍ତୋଳନ ହେଲା ପତାକା
ସମ୍ବନ୍ଧିତ ଖବର







