ବାଦଲଫଟା ବର୍ଷା ଯୋଗୁ ପାକିସ୍ତାନ ଓ ପିଓକରେ ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି, ଏକାଧିକ ନିଖୋଜ୍

ବାଦଲଫଟା-ବର୍ଷା-ଯୋଗୁ-ପାକିସ୍ତାନ-ଓ-ପିଓକରେ-ତାଣ୍ଡବ:-ମୃତ୍ୟୁ-ସଂଖ୍ୟା-୧୫୪କୁ-ବୃଦ୍ଧି,-ଏକାଧିକ-ନିଖୋଜ୍

ଇସ୍ଲାମାବାଦ: ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛନ୍ତି। ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି। 

ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଥିବା ବେଳେ ବନ୍ୟାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ବୁନେର ଜିଲ୍ଲାରେ ମୋଟ ୭୫ ଜଣ, ମାନସେହରାରେ ୧୭ ଜଣ ଏବଂ ଖାଇବର ପଖତୁନଖ୍ୱାର ବାଜୌର ଏବଂ ବାଟାଗ୍ରାମ ଜିଲ୍ଲାରେ ୧୮ ଜଣ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଛି।

ଘଟଣା ନେଇ ଶୁକ୍ରୁବାର ପିଟିଆଇକୁ ପ୍ରତିକ୍ରିୟା ଦେଇ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA)ର ମୁଖପାତ୍ର ଫୈଜୀ କହିଛନ୍ତି ରାତିରୁ ପ୍ରଦେଶର କିଛି ଅଂଶରେ ବାଦଲ ଫାଟିବା ପରେ ବନ୍ୟା ଆସିବାରୁ ଶିଶୁମାନଙ୍କ ସମେତ ୧୨୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦା ମୃତଦେହ ଉଦ୍ଧାର କରିଛନ୍ତି। ଫୈଜି କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଲୋୟର ଡିରରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ସ୍ୱାତରେ ଚାରି ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ପ୍ରଦେଶର ଶାଙ୍ଗଲାରେ ଜଣେ ଆହତ ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ଫୈଜୀ କହିଛନ୍ତି ଯେ, ବାଜୌର ଜିଲ୍ଲା ଜରୁରୀକାଳୀନ ଅଧିକାରୀ (ଡିଇଓ) ଅମଜାଦ ଖାନଙ୍କ ତତ୍ତ୍ୱାବଧାନରେ ଏକ ସନ୍ଧାନ ଏବଂ ଉଦ୍ଧାର ଅଭିଯାନ ଚାଲିଛି।

Scroll to Top