ଶବକୁ ମିଳୁ ନାହିଁ ସ୍ମଶାନ, ମୂଳଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବ ସତ୍କାର ପାଇଁ ମିଳିଲାନି ଜାଗା
Published By: Deepak – Prameya-News7 Bureau | February 14, 2026 10:18 PM
NEWS7
ଉମରକୋଟ: ଶବକୁ ମିଳୁନାହିଁ ସ୍ମଶାନ । ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ଵ ହେବ ଘରେ ପଡି ରହିଛି ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୋପେନା ଗ୍ରାମରେ । ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ପରିବାର ଲୋକଙ୍କୁ ଏବେ ଏମିତି ମୁସ୍କିଲ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।
କୋପେନା ଗ୍ରାମର କିଛି ପରିବାର ନିଜ ମୂଳ ଧର୍ମ ଛାଡି ଅନ୍ୟ ଧର୍ମ ଗ୍ରହଣ କରିଥିଲେ । ଗାଁର ଇଷ୍ଟ ଦେବୀ ମନ୍ଦିର ନିକଟରେ ଚର୍ଚ୍ଚ କରିଥିବା ନେଇ ବିଗତ କିଛି ହେବ ବିବାଦ ଲାଗି ରହିଥିଲା । ଏହି ଭିତରେ ବିଳମ୍ବିତ ରାତିରେ ଜଣେ ଧର୍ମ ପରିବର୍ତ୍ତନ କରିଥିବା ପରିବାର ମଧ୍ୟରୁ ୧୫ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗ୍ରାମବାସୀ ଗାଁ ମଶାଣୀ ଶବ ସଂସ୍କାର ଜାଗା ଦେଲେ ନାହିଁ । ଗ୍ରାମରେ ଏକ ପ୍ରକାର ଉତ୍ତେଜନା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସମସ୍ତେ ନିଜ ନିଜ ଜିଦ୍ ରର ଅଟଳ ଅଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଧର୍ମ ପରିବର୍ତ୍ତନ କରିଥିବା ପରିବାର ଯଦି ନିଜ ମୂଳ ଧର୍ମକୁ ଫେରି ଆସନ୍ତି ତା ହେଲେ ଗାଁ ମଶାଣୀରେ ଶବ ସତ୍କାର କରିବାକୁ ଦେବୁ। ଅନ୍ୟପଟେ ମୃତ ପରିବାର ଲୋକେ ଗାଁର ମଶାଣି କିମ୍ବା କୌଣସି ସରକାରୀ ଜାଗାରେ ଶବ ପୋତିବାକୁ ଦିଆଯାଉ ବୋଲି ପ୍ରଶାସନ ନିକଟରେ ଦାବୀ କରୁଛନ୍ତି ।




