ତେଲେଙ୍ଗାନା ନଗରନିଗମ ଓ ପାଳିକା ନିର୍ବାଚନ ଫଳାଫଳରେ ରାହୁଲ ଗଦଗଦ, କହିଲେ-କଂଗ୍ରେସର କଲ୍ୟାଣକାରୀ ମଡେଲକୁ ଜନାଦେଶ

ତେଲେଙ୍ଗାନା-ନଗରନିଗମ-ଓ-ପାଳିକା-ନିର୍ବାଚନ-ଫଳାଫଳରେ-ରାହୁଲ-ଗଦଗଦ,-କହିଲେ-କଂଗ୍ରେସର-କଲ୍ୟାଣକାରୀ-ମଡେଲକୁ-ଜନାଦେଶ

ନୂଆଦିଲ୍ଲୀ ୧୪।୨: ତେଲେଙ୍ଗାନା ନଗରନିଗମ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଶନିବାର କଲ୍ୟାଣକାରୀ ମଡେଲ ଲାଗି ଜନାଦେଶ ବୋଲି କହିଛନ୍ତି। ଏଥି ପାଇଁ ରାହୁଲ ପ୍ରତ୍ୟେକ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିବା ବେଳେ ଏହି ବିଜୟ ଆପଣମାନଙ୍କର ଓ ତେଲେଙ୍ଗାନା ଜନତାଙ୍କର ବୋଲି କହିଛନ୍ତି। ଶାସକ କଂଗ୍ରେସ ନଗରନିଗମ ଓ ନଗର ପାଳିକା ନିର୍ବାଚନରେ ୬୦% ଆସନ ହାସଲ କରିଛି। ଏଥିରେ ୧୧୬ ନଗର ପାଳିକାରୁ ୬୪ ଓ ୭ ନଗର ନିଗମରୁ ୩ଟି କଂଗ୍ରେସ ଖାତାକୁ ଆସିଥିବା ବେଳେ ଗୋଟିଏ କଂଗ୍ରେସ-ସିପିଆଇ ମେଣ୍ଟକୁ ମିଳିଛି।

କଂଗ୍ରେସ ମଞ୍ଚରିୟାଲ, ରମାଗୁଣ୍ଡମ ଓ ନାଲଗୋଣ୍ଡା ନଗରନିଗମରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ତେବେ କରିମ ନଗର ଓ ନିଜାମାବାଦରେ ବିଜେପି ସବୁଠୁ ଅଧିକ ଆସନ ହାସଲ କରି ସମସ୍ତଙ୍କୁ ଚକିତ କରିଥିବା ବେଳେ ବହୁମତରୁ ପଛରେ ରହିଛି। ୧୨୩ ନଗର ପାଳିକାର ୨,୯୯୬ ୱାର୍ଡରୁ କଂଗ୍ରେସ ୧,୫୩୭ଟି ହାତେଇ ନେଇଥିବା ବେଳେ ୨୦୨୦ ନଗର ପାଳିକା ନିର୍ବାଚନରେ ଜିତିଥିବା ୫୬୯ଟି ଆସନ ତୁଳନାରେ ଏକ ବଡ଼ ଲମ୍ପ ବୋଲି ମନେ କରାଯାଉଛି। ତେବେ ଏହା ପୂର୍ବରୁ ଅନୁଷ୍ଠିତ ୨୦୨୫ ତ୍ରିସ୍ତରୀୟ ପଞ୍ଚାୟତୀ ନିର୍ବାଚନରେ ମଧ୍ୟ କଂଗ୍ରେସ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଓ ଅଧିକାଂଶ ପଞ୍ଚାୟତରେ କଂଗ୍ରେସ ପାର୍ଥୀ ଜିତିଥିଲେ।

ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଫଳାଫଳକୁ ପିଛିଲା ୨ ବର୍ଷରେ କଂଗ୍ରେସ ସରକାରଙ୍କ କଲ୍ୟାଣ ଓ ବିକାଶ ଏଜେଣ୍ଡାର ପୁଷ୍ଟି ବୋଲି କହିଛନ୍ତି। ଭୋଟର ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ରେଡ୍ଡୀ ଧନ୍ୟବାଦ ଦେଇ କହିଛନ୍ତି ଯେ ଏହି ଜନାଦେଶ ସରକାରଙ୍କ ଦାୟିତ୍ୱକୁ ଆହୁରି ବଢାଇ ଦେଇଛି। ତେବେ ୨୦୨୦ ନିର୍ବାଚନରେ ବିଆରଏସ ଜିତିଥିବା ୧,୬୮୬ ୱାର୍ଡ ତୁଳନାରେ ଏଥର ୭୮୧ଟି ୱାର୍ଡ ଜିତିଛି। ଫଳରେ ବିଆରଏସ ଖାତାକୁ ୧୫ଟି ନଗର ପାଳିକା ଯାଇଛି। ସେହିପରି ବିଜେପି ୨୯୩ ୱାର୍ଡ ତୁଳନାରେ ଏଥର ୩୩୫ଟି ୱାର୍ଡ ହାତେଇଛି। ଏଥିରେ ଏଆଇଏମଆଇଏମ ଗତ ନିର୍ବାଚନରେ ୮୭ଟି ସ୍ଥାନରେ ଏଥର ୭୦ଟି ୱାର୍ଡ ଜିତିଛି।

The Telangana local body polls win is a clear endorsement of Congress govt’s people-first policies rooted in social justice, dignity, and inclusive growth.

Heartfelt thanks to every Congress karyakarta and leader. This victory belongs to you and to the people of Telangana.

Our…

— Rahul Gandhi (@RahulGandhi) February 14, 2026

ରାଜୈତିକ ବିଶ୍ଲେଷକଙ୍କ କହିବା କଥା ହେଉଛି ସହରାଞ୍ଚଳ ଭୋଟର କଂଗ୍ରେସକୁ ନିର୍ଣ୍ଣାୟକ ବୃଦ୍ଧି ଦେଇଛନ୍ତି, ଏଥିରେ ବିଆରଏସ ଓ ବିଜେପି କଂଗ୍ରେସକୁ କଡ଼ା ଟକ୍କର ଦେଇଛନ୍ତି। ଜନୈକ ବରିଷ୍ଠ ବିଶ୍ଲେଷକ କହିଛନ୍ତି ଯେ ନଗର ନିଗମ ଓ ନଗର ପାଳିକା ନିର୍ବାଚନ ଫଳାଫଳ ରାଜ୍ୟସ୍ତରୀୟ ରାଜନୈତିକ ସମୀକରଣରେ ସେପରି କୌଣସି ଖାସ ପରିବର୍ତ୍ତନର ସମ୍ଭାବନା ନାହିଁ, ତେବେ ଏହି ଫଳାଫଳ ୨୦୨୩ବିଧାନସଭା ନିର୍ବାଚନ ପରେ ବଦଳିଥିବା ରାଜନୈତିକ ପରିଦୃଶ୍ୟକୁ ଦର୍ଶାଉଛି।

ନିର୍ବାଚନ ପରିଣାମରେ ମତପାର୍ଥକ୍ୟ ସତ୍ତ୍ୱେ ପାର୍ଟି ପାଖାପାଖି ୩ ଚତୁର୍ଥାଂଶ ପାଳିକା ଉପରେ ନିୟନ୍ତ୍ରଣ ହାସଲ କରିବା ସ୍ଥିତିରେ ଥିବା କଂଗ୍ରେସ ନେତାମାନ ଦାବି କରିଛନ୍ତି। କଂଗ୍ରେସ ମଞ୍ଚରିୟଲ, ରାମାଗୁଣ୍ଡମ ଓ ନଲଗୋଣ୍ଡା ନଗରନିଗମରେ ବିଜୟୀ ହୋଇଛି। ସେହିପରି ୬୦ ସଦସୀୟ କୋଥାଗୁଡେମ ନଗର ନିଗମରେ କଂଗ୍ରେସ ଓ ସିପିଆଇ ୨୨-୨୨ ଆସନ ଜିତିଛନ୍ତି। ଦୁଇ ପକ୍ଷର ନେତା ଏହି ମୁକାବିଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୋଲି କହିଛନ୍ତି। ତେବେ ବିଜେପି କୌଣସି ନଗର ପାଳିକା ଏକାକୀ ଜିତିବାରେ ବିଫଳ ହୋଇଛି।

ଏହା ବି ପଢନ୍ତୁ:-ରାହୁଲ ଗାନ୍ଧିଙ୍କ ବିରୋଧରେ ଲୋକସଭାରେ ପ୍ରସ୍ତାବ ପେସ୍ କଲା ବିଜେପି, ଜାଣନ୍ତୁ ‘ସବଷ୍ଟାଣ୍ଟିଭ’ ମୋସନ କ’ଣ?

Scroll to Top