ଆଉ ଦେଶରେ ପଡିବନି ମରୁଡି, ଚାଷୀଙ୍କୁ ସହାୟତା କରିବ ଇସ୍ରୋଙ୍କ ଉପଗ୍ରହ ନିଶାର NISAR

ଆଉ-ଦେଶରେ-ପଡିବନି-ମରୁଡି,-ଚାଷୀଙ୍କୁ-ସହାୟତା-କରିବ-ଇସ୍ରୋଙ୍କ-ଉପଗ୍ରହ-ନିଶାର-nisar

ବେଙ୍ଗାଲୁରୁ ୧୪।୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଶନିବାର କହିଛନ୍ତି ଯେ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର (ନିସାର) ପ୍ରତି ୧୨ ଦିନରେ ୧୦୦ ମିଟର ରିଜଲ୍ୟୁସନରେ ମାଟିର ଆର୍ଦ୍ରତା ଡାଟା ଉପଲବ୍ଧ କରାଇବ। ନିସାରର ଏସ ଓ ଏଲ ବ୍ୟାଣ୍ଡ ଲଗାତାର ଭାରତୀୟ ଭୂ-ଭାଗର ସ୍କାନ କରୁଛି। ଏଥିରୁ ପ୍ରତି ୧୨ ଦିନରେ ହାଇ ରିଜଲ୍ୟୁସନ ଡାଟା ମିଳିପାରିବ। ଏହା ଦ୍ୱାରା ଚାଷୀଙ୍କୁ ଜଳ ସେଚନ, ମରୁଡି ପ୍ରବନ୍ଧନ ଓ ଫସଲ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ସହାୟତା ମିଳିବ।

ଇସ୍ରୋ କହିଛନ୍ତି ଯେ ମାଟିର ଆର୍ଦ୍ରତା ଫସଲ ସ୍ୱାସ୍ଥ୍ୟ, ଜଳ ସେଚନ ଆବଶ୍ୟକତା ଓ ମରୁଡି ବିପଦର ପ୍ରମୁଖ ସଂକେତକ ଓ ଏହା ଭାରତର କୃଷି ଓ ଜଳ ପ୍ରବନ୍ଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏସ ଓ ଏଲ ବ୍ୟାଣ୍ଡ ଡାଟା ଉପଯୋଗ କରି ଦେଶର ବିବିଧ କୃଷି ଜଳବାୟୁ କ୍ଷେତ୍ର ଜେପରି ଜଳ ସେଚିତ ଅଞ୍ଚଳ, ବର୍ଷା ଆଧାରିତ ଚାଷ, ଅର୍ଦ୍ଧ ଶୁଷ୍କ ଅଞ୍ଚଳ ଓ ଅଧିକ ବର୍ଷା ହେଉଥିବା କ୍ଷେତ୍ରରେ ମାଟିର ଆର୍ଦ୍ରତା ସଠିକ ଅନୁମାନ କରାଯାଇ ପାରିବ। ମାଟିର ଆର୍ଦ୍ରତା ବାହାର କରିବା ପାଇଁ ଏଲଗରିଦିମ ସ୍ପେସ୍ ଆପ୍ଲିକେସନ ସେଣ୍ଟରରେ ବିକଶିତ କରାଯାଇଛି। ଏଥିରୁ ଡାଟାର ବିଶ୍ୱସନୀୟତା ଓ ବୈଜ୍ଞାନିକ ସଠିକତା ସୁନିଶ୍ଚିତ ହେଉଛି।

ଇସ୍ରୋ କହିଛନ୍ତି ଯେ ନିସାର ମାଟିର ଆର୍ଦ୍ରତା ଉପରେ ରିୟଲଟାଇମ ନଜର ରଖିବାକୁ ସକ୍ଷମ। ଏହାଦ୍ୱାରା ଜଳ ସେଚନ ଯୋଜନା, ମରୁଡି ମୁକାବିଲା ପ୍ରସ୍ତୁତି, କୃଷି ପାଣିପାଗ ସମ୍ପର୍କିତ ପରାମର୍ଶ ଓ ଆଞ୍ଚଳିକ ଜଳ ସଂସାଧନ ପ୍ରବନ୍ଧନରେ ଜିଲ୍ଲାମାନଙ୍କୁ ସହାୟତା ମିଳିବ। ଇସ୍ରୋ ସ୍ପଷ୍ଟ କରିଛନ୍ତି ଯେ ଜାତୀୟ ଅଭିଯାନକୁ ସମର୍ଥନ କରିବା ପାଇଁ ଜାତୀୟ ରିମୋଟ ସେନସିଂ କେନ୍ଦ୍ରରେ ପ୍ରତି ୧୨ ଦିନରେ ଦୁଇଟି ଅବଲୋକନ ସହିତ ୧୦୦ ମିଟର ଲେବୁଲର ୪ଟି ଡାଟା ମିଳିବ ଓ ଏହାକୁ ଭୂ ନିଧି ପୋର୍ଟାଲ ମାଧ୍ୟମରେ ପ୍ରସାରିତ କରାଯିବ। ଏଣୁ ଦେଶରେ ଚାଷୀ, ଗବେଷକ ଓ ସରକାରୀ ଏଜେନ୍ସୀଙ୍କୁ ନିର୍ବାଧ ସୂଚନା ପହଞ୍ଚିବା ସୁନିଶ୍ଚିତ ହେବ।

ଏହା ବି ପଢନ୍ତୁ:-ସେବା ତୀର୍ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ନିଷ୍ପତ୍ତି; ଫୋକସରେ ମହିଳା, ଚାଷୀ ଓ ଯୁବପିଢି

Scroll to Top