କଥା ଦେଇ କଥା ଭୁଲିଗଲେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟକୁ ମିଳିଲା କ’ଣ ?, ବିଜେଡିକୁ ପାଲଟା ଜବାବ ରଖିଲା ବିଜେପି

କଥା-ଦେଇ-କଥା-ଭୁଲିଗଲେ,-ଡବଲ-ଇଞ୍ଜିନ-ସରକାରରେ-ରାଜ୍ୟକୁ-ମିଳିଲା-କ’ଣ-?,-ବିଜେଡିକୁ-ପାଲଟା-ଜବାବ-ରଖିଲା-ବିଜେପି

ଭୁବନେଶ୍ୱର ୧୪।୦୨ : ବିଜେପିକୁ ବିଜେଡିର ଟାର୍ଗେଟ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନେଇ ଟାର୍ଗେଟ କରିଛି ବିଜେଡି । ପ୍ରେସମିଟ୍ କରି ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ସସ୍ମିତ ପାତ୍ର ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲେ। ହେଲେ ଡବଲ ଇଞ୍ଜିନ ସରକାର ଆସିବା ପରେ ସବୁ ଭୁଲିଗଲେ। ଓଡ଼ିଶାକୁ ସ୍ଵତନ୍ତ୍ର ପାହ୍ୟା ନେଇ ରାଜ୍ୟ ବିଜେପି କାହିଁକି ନିରବ। ଫେବୃଆରୀ ୧୦ ତାରିଖ ଦିନ ସଂସଦ ଅଧିବେଶନରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ନେଇ ସସ୍ମିତ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ମିଳିଲା ଏନେଇ କୌଣସି ପ୍ରସ୍ତାବ ଆସିନି। ଏଥିରୁ ପ୍ରମାଣିତ ହେଉଛି କି ଡବଲ ଇଞ୍ଜିନ ସରକାର ଓଡ଼ିଶା ପାଇଁ ଚିନ୍ତା କରୁ ନାହାଁନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶନିବାର କ୍ୟାବିନେଟ୍ ବୈଠକ ବସିବ। ବୈଠକରେ ବଜେଟକୁ ଅନୁମୋଦନ ମିଳିବ। ଯଦି ସତସାହାସ ଅଛି ରାଜ୍ୟ ସରକାର ଆଜି ପ୍ରସ୍ତାବ ଆଣନ୍ତୁ। କେନ୍ଦ୍ରକୁ ଚିଠି ଲେଖି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି କରନ୍ତୁ। ଯଦି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳୁନି, ତାହେଲେ କେନ୍ଦ୍ର ମନା କଲା ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କୁହନ୍ତୁ। ବିଜେପିର ଦୋମୁହାଁ ନୀତି ଚଳିବ ନାହିଁ। ଇଣ୍ଡଷ୍ଟ୍ରିଆଲ କରିଡର, ହାଇସ୍ପିଡ୍ ରେଲ କରିଡର, ବୁଦ୍ଧିଷ୍ଟ କରିଡରରେ ଓଡ଼ିଶା ପାଇଁ କିଛି ନାହିଁ। ରେୟାର ଆର୍ଥରୁ ଚାଷୀ କଣ ପାଇବେ ? ଡବଲ ଇଞ୍ଜିନ ସରକାରର ଦୁଇ ବର୍ଷରେ ଓଡ଼ିଶା କଣ ପାଇଲା ?

Scroll to Top