ଭୁବନେଶ୍ୱର ଦୁର୍ଘଟଣାର ଦୃଶ୍ୟ, ଅଟୋକୁ ଧକ୍କା ଦେଇଥିଲା ଟ୍ରାଭେଲର୍..
Published By: Kirti – Prameya-News7 Bureau | February 14, 2026 12:41 PM
NEWS7
ଭୁବନେଶ୍ୱର ୧୪।୦୨ : ଦୁର୍ଘଟଣାର ଭୟଙ୍କର ଚିତ୍ର । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ୍ କଲୋନୀରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଯାହାର ଭିଡ଼ିଓ ପୁରା ସିସିଟିଭିରେ କଏଦ ହୋଇଛି ।
ଖବର ଅନୁଯାୟୀ, ଏକ ଟ୍ରଭେଲର ଭ୍ୟାନ୍ ଦ୍ରୁତ ଗତିରେ ମାଡ଼ିଆସିଥିଲା । ଏପିରିକି ଅଟୋକୁ ପିଟିଲା ଏବଂ ପରେ ଚା ଦୋକାନ ଭିତରକୁ ପଶିଗଲା ଟ୍ରାଭେଲର ଭ୍ୟାନ୍ । ରାସ୍ତାକଡ଼ ଦୋକାନରେ ଛିଡ଼ା ହୋଇଥିବା କିଛି ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ସେମାନେ ଆହତ ହୋଇଥିଲେ । ଏହାପରେ ଘଟଣାସ୍ଥୟଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।




