ଲଳିତ କଳା ଏକାଡେମୀରେ ଚିତ୍ରକର ଜଗନ୍ନାଥ ପଣ୍ଡାଙ୍କ ଚିତ୍ର କଳା ପ୍ରଦର୍ଶନୀ, ଚିତ୍ରକଳା ଦର୍ଶାଉଛି ମଣିଷର ପୂର୍ବ କର୍ମ ଓ ଭବିଷ୍ୟତ
Published By: Chikun – Prameya-News7 Bureau | February 13, 2026 10:55 PM
NEWS7
ଭୁବନେଶ୍ବର: ଲଳିତ କଳା ଏକାଡେମୀରେ ପ୍ରଦର୍ଶିତ ହୋଇଛି ଦେଶର ଜଣାଶୁଣା ଚିତ୍ରକର ଜଗନ୍ନାଥ ପଣ୍ଡାଙ୍କ ଚିତ୍ର କଳା ପ୍ରଦର୍ଶନୀ। ଦେଶ ଓ ବିଦେଶରେ ତାଙ୍କର ଅନେକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ସେ ତାଙ୍କର ସୋଲୋ ପ୍ରଦର୍ଶନୀ ଆୟୋଜିତ କରିଛନ୍ତି। ତାଙ୍କର ଚିତ୍ର କଳା ଓ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି।
ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ରଥ ଦର୍ଶକଙ୍କୁ ବେଶ ଆକର୍ଷିତ କରିଛି। ମଣିଷର ପୂର୍ବ କର୍ମ ଓ ଭବିଷ୍ୟତକୁ ଏକାଠି ଦେଖାଇ ସେ ଚିତ୍ରକଳା ମାଧ୍ୟମରେ ଅନେକ ବାର୍ତ୍ତା ଦେଇଛନ୍ତି। ପ୍ରକୃତିର ପରିବର୍ତ୍ତନ ଓ ସମୟ କିପରି ବଦୁଳୁଛି ସେସବୁକୁ ନିଜ ତୁଳି ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ଜଗନ୍ନାଥ ପଣ୍ଡା। ତାଙ୍କର ଏହି କଳାକୁ ଓ ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଜଗନ୍ନାଥ ପଣ୍ଡାଙ୍କ ସମସ୍ତ ଚିତ୍ରକୁ ବୁଲି ଦେଖିଛନ୍ତି। ତାଙ୍କର ଉତ୍କୃଷ୍ଟ କଳାର ପ୍ରଶଂସା କରିଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।




