ପଞ୍ଚଶୀଳ ଯୋଜନା କରି ନେହରୁ ଭାବିଥିଲେ ସୀମା ବିବାଦର ସମାଧାନ ହେବ, ହେଲେ ଚୀନ… ସିଡିଏସଙ୍କ ବଡ଼ ବୟାନ

ପଞ୍ଚଶୀଳ-ଯୋଜନା-କରି-ନେହରୁ-ଭାବିଥିଲେ-ସୀମା-ବିବାଦର-ସମାଧାନ-ହେବ,-ହେଲେ-ଚୀନ…-ସିଡିଏସଙ୍କ-ବଡ଼-ବୟାନ

ନୂଆଦିଲ୍ଲୀ: ଯଦିଓ ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ସାମାନ୍ୟ ସୁଧୁରିଛି, ହେଲେ ଏବେ ବି ସୀମାରେ ଟେନସନ ରହିଛି। ଏଭଳି ସ୍ଥିତିରେ ଭାରତର ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନ ଶୁକ୍ରବାର ଏକ ରୋଚକ ତଥ୍ୟ ଲୋକଙ୍କ ସମ୍ମୁଖରେ ରଖିଛନ୍ତି। ୧୯୫୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ କାହିଁକି ଚୀନ ସହ ପଞ୍ଚଶୀଳ ଚୁକ୍ତି କରିବାକୁ ଇଚ୍ଛୁକ ଥିଲେ ସେ ନେଇ ତଥ୍ୟ ରଖିଛନ୍ତି।

#WATCH | Dehradun, Uttarakhand: Chief of Defence Staff General Anil Chauhan says, “On independence, the British left, and it was for India actually to decide where a front is. Nehru probably knew that we had something, as the McMahon Line was in the east, and we had some kind of… pic.twitter.com/l5aMknInoF

— ANI (@ANI) February 13, 2026

ସିଡିଏସ୍ କହିଛନ୍ତି ଯେ ନେହରୁ ଭାବିଥିଲେ ଯେ ଏହି ଚୁକ୍ତିରେ ଉତ୍ତରପଟ ସୀମା ସମସ୍ୟା ଦୂର ହେବ। ହେଲେ ଚୀନର ଆଭିମୁଖ୍ୟ ଅଲଗା ଥିଲା। ଡେରାଡୁନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ବ୍ରିଟିଶରମାନେ ଭାରତ ଛାଡି ଚାଲିଯିବା ପରେ ନେହେରୁ ସରକାରଙ୍କ ପାଇଁ ଦେଶର ସୀମା ନିର୍ଣ୍ଣୟ କରିବା କଷ୍ଟକର ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ କାମ ଥିଲା।ନେହେରୁ ପୂର୍ବ ସେକ୍ଟରରେ ମ୍ୟାକମୋହନ ଲାଇନ ଏବଂ ଲଦାଖରେ ଭାରତର ଆଭିମୁଖ୍ୟ ବିଷୟରେ ଅବଗତ ଥିଲେ। କିନ୍ତୁ ତଥାପି ଅନିଶ୍ଚିତତା ଲାଗି ରହିଥିଲା ତେଣୁ ସେ ପଞ୍ଚଶୀଳ ଚୁକ୍ତିନାମା ପାଇଁ ଯିବାକୁ ଚାହୁଁଥିଲେ।

ମ୍ୟାକମୋହନ ଲାଇନ ବିବାଦ କ?

ସିଡିଏସ କଣ କହିଲେ, ନେହରୁଙ୍କ ଭୂମିକା ଚୀନ ସହ ସୀମା ବିବାଦର ସମାଧାନ ଦିଗରେ କଣ ଥିଲାଏସବୁ ଜାଣିବା ପୂର୍ବରୁ ପ୍ରଥମେ ଉଠିଥିବା ମ୍ୟାକମୋହନ ଲାଇନର ଇତିହାସ ଉପରେ ଏକ ସଂକ୍ଷିପ୍ତ ସୂଚନା ଜାଣି ରଖନ୍ତୁ। ୮୯୦କିଲୋମିଟର ଦୀର୍ଘ ମ୍ୟାକମୋହନ ରେଖା ହେଉଛି ଉତ୍ତର-ପୂର୍ବରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସୀମା ରେଖା। ଏହି ସୀମା ରେଖା ଅରୁଣାଚଳ ପ୍ରଦେଶ ଓ ତିବ୍ବତର ସୀମାକୁ ସୂଚିତ କରେ। ୧୯୧୩ ମସିହା ସିମଲା ସମ୍ମିଳନୀ ସମୟରେ ଏହି ସୀମାରେଖା ଉପରେ ଆଲୋଚନା ହୋଇଥିଲା ଏଥିରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ ଅଧିକାରୀ ସାର୍ ହେନେରୀ ମ୍ୟାକମୋହନଙ୍କ ନାଁରେ ଏହାର ନାମକରଣ କରାଯାଇଥିଲା। ହେଲେ ଚୀନ କିନ୍ତୁ ଏହି ସୀମାରେଖାକୁ ଅସ୍ୱୀକାର କରି ଆସୁଛି। ଏହା ବ୍ରିଟିସ ଶାସିତ ଭାରତ ଦ୍ୱାରା ଟଣାଯାଇଥିଲା ବୋଲି ଚୀନ ଦାବି କରି ଆସୁଛି।

ଏବେ ଆସନ୍ତୁ ବୁଝିବା କଣ କହିଲେ ସିଡିଏସ୍?

ସିଡିଏସ୍ କହିଛନ୍ତି ଯେ ଭାରତ ଭାବିଥିଲା ଯେ ତିବ୍ଦତକୁ ଚୀନର ଅଂଶ ଭାବରେ ମାନ୍ୟତା ଦେବା ଦ୍ୱାରା ସୀମା ବିବାଦର ଏକ ନିଶ୍ଚିତ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହେବ।ଭାରତୀୟ ରଣନୀତିଜ୍ଞମାନେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ତିବ୍ଦତର “ତଥାକଥିତ” ମୁକ୍ତି ପରେ ଚୀନ୍ ଏହି ଅଞ୍ଚଳରେ ସ୍ଥିରତା ଚାହୁଁଥିଲା।ଚୀନ୍ ଲାହାସାରେ ଜିନଜିଆଙ୍ଗରେ ପ୍ରବେଶ କରିଥିଲେ। ଏହି ନିର୍ଦ୍ଦିଷ୍ଟ ଅଞ୍ଚଳ ଉଭୟ ପାର୍ଶ୍ୱରୁ ପୂରା ଶେଷ ସୀମା ଥିଲା।ତେଣୁ ଚୀନ ଏଠାରେ ସ୍ଥିରତା ଚାହୁଁଥିଲା

ସେପଟେ ସ୍ୱାଧୀନ ଭାରତ ଚୀନ୍ ସହିତ ଏକ ଭଲ ସମ୍ପର୍କ ଗଠନ କରିବାକୁ ଆଗ୍ରହୀ ଥିଲା ଏଥିପାଇଁ ଭାରତ ପଞ୍ଚଶୀଳ ଚୁକ୍ତିନାମା ସହିତ ଆଗକୁ ବଢ଼ିଲା। ସିଡିଏସ କହିଛନ୍ତି୧୯୫୪ ମସିହାରେ ଭାରତ ତିବ୍ଦତକୁ ଚୀନର ଅଂଶ ଭାବରେ ମାନ୍ୟତା ଦେଇଥିଲା। ଉଭୟ ଦେଶ ପଞ୍ଚଶୀଳ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ପରେ ଭାରତ ଭାବିଥିଲା ଯେ ଏବେ ଉତ୍ତର ସୀମା ସମସ୍ୟାର ସମାଧାନ ହୋଇଗଲା।କାରଣ ଭାରତ ଏହାକୁ ଏକମାତ୍ର ଅମିମାଂସି ଅଞ୍ଚଳ ବୋଲି ଭାବୁଥିଲା।

ପଞ୍ଚଶୀଳ ଚୁକ୍ତିନାମା ବାପାଞ୍ଚଟି ନୀତି, ଯେଉଁଥିରେ ଏକ ଢାଞ୍ଚା ତିଆରି କରାଯାଇଥିଲା। ଏଥିରେ ଭାରତ ଏବଂ ଚୀନ୍ ପାରସ୍ପରିକ ସମ୍ମାନ ଏବଂ ସମ୍ବେଦନଶୀଳତା ଉପରେ ଆଧାରିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ରାଜି ହୋଇଥିଲେ। ପରସ୍ପର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ନେଇ ମଧ୍ୟ ଏହି ଚୁକ୍ତିରେ ସର୍ତ୍ତ ରହିଥିଲା। ହେଲେ ଚୀନ ଏହାକୁ ଅଲଗା ଦୃଷ୍ଟିରେ ଦେଖିଥିଲା।

ଏନେଇ ସିଡିଏସ୍ କହିଛନ୍ତିକିନ୍ତୁ ଚୀନର ମତ ଥିଲା ଯେ ଏହି ଚୁକ୍ତିନାମା କେବଳ ବାଣିଜ୍ୟ ପାଇଁ ଆଲୋଚନା କରାଯାଇଥିଲା।ଏହା କୌଣସି ପ୍ରକାରେ ସୀମା ବିବାଦରେ ଚୀନ୍ର ସମ୍ମତି ନଥିଲା।

ତେବେ ବଡ଼ କଥା ହେଉଛି ଚୀନ ଆଜିବି ପଞ୍ଚଶୀଳ ଯୋଜନାକୁ କେବଳ ବାଣିଜ୍ୟ ଚୁକ୍ତି ଭାବରେ ଦେଖୁଛି। ସୀମା ବିବାଦର ସମାଧାନ ରୂପରେ ନୁହେଁ। ୨୦୨୦ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମାନ୍ତ ହିଂସା ପରେ ଗତବର୍ଷ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତ କରିଥିଲେ, ସେତେବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପଞ୍ଚଶୀଳ ଚୁକ୍ତିକୁ ଫଳପ୍ରଦ କରିବା ଦିଗରେ ମତ ଦେଇଥିଲେ।

Scroll to Top