ଭୟଙ୍କର ସିରିଜ୍ ଦୁର୍ଘଟଣା, ୫ ଜଣକ ଉପରକୁ କାର୍ ଚଢ଼ାଇଦେଲା ନିଶାସକ୍ତ ଡ୍ରାଇଭର
Published By: Chikun – Prameya-News7 Bureau | February 12, 2026 11:06 PM
NEWS7
କଟକ: ମଦ୍ୟପ ଡ୍ରାଇଭରଙ୍କ ଉନ୍ନତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ୫ ଜଣକ ଉପରକୁ ଗାଡ଼ି ଚଢ଼ାଇଦେଲେ। ଖାଲି ସେତିକି ନୁହେଁ ରାସ୍ତାରେ ଯାଉଥିବାରେ ଏକ ଗାଈ ଉପରକୁ ମଧ୍ୟ ଗାଡ଼ି ଚଢ଼ାଇଦେଇଛି ନିଶାସକ୍ତ ଡ୍ରାଇଭର। ଗୁରୁବାର କଟ ଚାନ୍ଦିନୀଚୌକ ଅଞ୍ଚଳରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ ଚାନ୍ଦିନୀ ଚୌକ ଅଞ୍ଚଳରେ ନାଲି ରଙ୍ଗର ଏକ କାର୍ ବେପରୁଆ ଭାବେ ସିରିଜ୍ ଦୁର୍ଘଟଣା ଘଟାଇଛି। କାର୍ଟି କିଛି ଲୋକ ଏବଂ ରାସ୍ତାରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କୁ ସିରିଜ୍ ଦୁର୍ଘଟଣା ଘଟାଇଥିଲା। ତେବେ ଡ୍ରାଇଭରଟି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।




