ଭଦ୍ରକରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ
Published By : Prameya-News7 Bureau | August 15, 2025 IST

ଭଦ୍ରକ ୧୫।୮: ଭଦ୍ରକରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ପାଳିତ ହୋଇଛି ସ୍ଵାଧୀନତା ଦିବସ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ଭଦ୍ରକ ଜିଲ୍ଲାର ପୋଲିସ, ବିଭିନ୍ନ କଲେଜର ଏନସିସି, ନାଭାଲ ସହ ସ୍କୁଲର ଏନଏସଏସ, ରେଡକ୍ରସ, ସ୍କାଉଟ ଟ୍ରୁପ ସହ ସିଭିଲିଆନ ପ୍ୟାରେଡ ଦଳର ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ମୁଖ୍ୟ ଅତିଥି ପରେଡରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଦଳ ସହ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ।
You Can Read:
ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ
ସମ୍ବନ୍ଧିତ ଖବର







