ତୁର୍କୀ ପାର୍ଲିଆମେଣ୍ଟରେ ବାଡିଆ ପିଟା, ପରସ୍ପରକୁ ମୁଥ ମରାମରି ହେଲେ ସାଂସଦ…ଦେଖନ୍ତୁ ଭିଡିଓ

ତୁର୍କୀ-ପାର୍ଲିଆମେଣ୍ଟରେ-ବାଡିଆ-ପିଟା,-ପରସ୍ପରକୁ-ମୁଥ-ମରାମରି-ହେଲେ-ସାଂସଦ…ଦେଖନ୍ତୁ-ଭିଡିଓ

ଇସ୍ତାନବୁଲ, ୧୨|୦୨: ଗଣତନ୍ତ୍ରର ପବିତ୍ର ଗୃହ ସଂସଦ । ଏଠାରେ ଜନତାଙ୍କ ସମସ୍ୟାର ହୁଏ ସମାଧାନ । ବିଭିନ୍ନ ପ୍ରସଙ୍ଗ ଉଠେ । ସାଂସଦମାନେ ଲୋକଙ୍କ କଥାକୁ ଗୃହରେ ରଖିଥାନ୍ତି । ହେଲେ ତୁର୍କୀର ପାର୍ଲିଆମେଣ୍ଟ ବା ସଂସଦରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ପରସ୍ପରକୁ ମୁଥ ମରାମରି ହୋଇଛନ୍ତି ସାଂସଦ । କେବଳ ଏତିକି ନୁହେଁ ଗୃହ ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଛି ।

ବୁଧବାର ତୁର୍କୀର ସଂସଦରେ ଥିଲା କଳା ଦିବସ । ଗୃହରେ ମୁହାଁମୁହିଁ ହୋଇଥିଲେ ଶାସକ ଏବଂ ବିରୋଧୀ ଦଳର ସଦସ୍ୟ । ସରକାରଙ୍କ କ୍ୟାବିନେଟର ଆଇନ ମନ୍ତାରଳୟରେ ଏକ ନିଯୁକ୍ତିକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ଜଣାପଡିଛି । ପ୍ରଥମେ ବିରୋଧୀ ଦଳର ନେତାମାନେ ଇସ୍ତାନବୁଲରେ ମୁଖ୍ୟ ପ୍ରୋସିକ୍ୟୁଟର୍ଆକିନ୍ ଗୁରଲେକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତାଙ୍କୁ ରାଷ୍ଟ୍ରପତି ରିସେପ୍ ତାଇପି ଏର୍ଡୋଗାନ୍ ବଡ ପଦବୀ ପ୍ରଦାନ କରିଛନ୍ତି । ଯାହାକୁ ବିରୋଧୀ ଦଳ ବିରୋଧ କରି ଆସୁଛନ୍ତି । ତେବେ ଗୁରଲେକ ଶପଥପାଠ କରିବା ବେଳେ ବିରୋଧୀ ପ୍ରବଳ ହୋହଲ୍ଲା କରିଥିଲେ । ତାଙ୍କୁ ଶପଥପାଥ କରିବାକୁ ଦେଇନଥିଲେ ।

A shocking video from Turkey shows chaos inside Parliament after a fight broke out between ruling party members and opposition lawmakers during a cabinet reshuffle session.

The clash was triggered by the President’s decision to appoint Istanbul’s Chief Prosecutor as the new Law… pic.twitter.com/gX2jWjKeTU

— TIMES NOW (@TimesNow) February 12, 2026

ଏହି ସମୟରେ ଶାସକ ଦଳର କିଛି ସାଂସଦ ବିରୋଧୀ ସାଂସଦଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଏହା ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ସଦସ୍ୟମାନେ ପରସ୍ପରକୁ ଠେଲାପେଲା କରିଥିଲେ । ଏହସହ ଆକ୍ରମଣ ମଧ୍ୟ କରିବାକୁ ପଛାଇନଥିଲେ ।

ଏହି ଖବରଟି ପଢନ୍ତୁ… ଭାରତରେ ପ୍ଲାଣ୍ଟ୍ କରିବ ରୋଲ୍ସ ରୟସ, ତିଆରି ହେବ ସବୁଠୁ ଲଗଜରୀ କାର୍ ! ମୋଦୀଙ୍କୁ ଭେଟିଲେ କମ୍ପାନୀ CEO

ଗତ କିଛି ଦିନ ତଳେ ତୁର୍କୀ ସରକାର ନିଜ ମନ୍ତ୍ରାଳୟରେ ଅଦଳବଦଳ କରିଥିଲେ । ଏଥିରେ ଗୁରଲେକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଛି । ଯାହା ବିରୋଧୀଙ୍କୁ ପସନ୍ଦ ଆସିନି । ତେବେ ମୁଥମରାମରି ଘଟଣା ପରେ ତାଙ୍କୁ ଶାସକ ଦଳର ସଦସ୍ୟମାନେ ଘେରି ରହିଥିଲେ । ଏହା ଭିତରେ ରହି ଗୁଲଲେକ ଶପଥ ନେଇଥିଲେ ।

Scroll to Top